Перейти к содержимому

ତ୍ୟାଗର ବିରଳ ଉଦାହରଣ – ନବକୃଷ୍ଣ ଚୌଧୁରୀ | Nabakrushna Choudhury – Life Story | Podcast Odisha, Ep-03

OdishaLIVE

0:00 / 0:00

ତ୍ୟାଗର ବିରଳ ଉଦାହରଣ – ନବକୃଷ୍ଣ ଚୌଧୁରୀ | Nabakrushna Choudhury – Life Story | Podcast Odisha, Ep-03

1 104 просмотра · 1 г. назад
OdishaLIVE
1,21 млн подписчиков
1 104 просмотра · 1 г. назад
#PodcastOdisha #NabakrushnaChoudhury #FreedomStruggle ଆପଣ ଶୁଣୁଛନ୍ତି ‘ପଡ୍‌କାଷ୍ଟ ଓଡ଼ିଶା’। ଆଜିର ଅଧ୍ୟାୟରେ ନାୟକ – ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ। ସ୍ଵାଧୀନତା ଆନ୍ଦୋଳନ, ସମାଜସେବା ଓ ରାଜନୀତି – ଜୀବନର ପ୍ରତିଟି ପାହାଚରେ ନବକୃଷ୍ଣ ଥିଲେ ତ୍ୟାଗର ଏକ ବିରଳ ଉଦାହରଣ। ଗାନ୍ଧିଜୀଙ୍କ ଡାକରାରେ ଓଡ଼ିଶାରେ ସ୍ଵାଧୀନତା ସଂଗ୍ରାମରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ ନବକୃଷ୍ଣ। ବଡ଼ଭାଇ ଗୋପବନ୍ଧୁ ଚୌଧୁରୀ, ଭାଉଜ ରମାଦେବୀ ଏବଂ ସ୍ତ୍ରୀ ମାଳତୀ ଚୌଧୁରୀ – ତାଙ୍କର ପୂରା ପରିବାର ସ୍ଵାଧୀନତା ସଂଗ୍ରାମରେ ସକ୍ରିୟ ଥିଲେ। ନବକୃଷ୍ଣ ଥିଲେ ଜଣେ ବିରଳ ସଂଗ୍ରାମୀ। ଯାହା ଶପଥ କରୁଥିଲେ, କରି ଦେଖାଉଥିଲେ। ସେତେବେଳେ ସମାଜରୁ ବିଭିନ୍ନ କୁସଂସ୍କାର ଦୂର କରିବା, ଛୁଆଁ ଅଛୁଆଁ ଭେଦଭାବ ହଟାଇବା ଏବଂ ଗାଁ ଗହଳର ଗରିବ ଲୋକଙ୍କ ପାଇଁ କାମ କରିବାକୁ ଜୀବନର ପଣ କରି ନେଇଥିଲେ ନବକୃଷ୍ଣ ଓ ତାଙ୍କ ସ୍ତ୍ରୀ ମାଳତୀ ଚୌଧୁରୀ। ଓଡ଼ିଶା ଇତିହାସରେ ନବକୃଷ୍ଣ ଚୌଧୁରୀ ଜଣେ ନିଆରା ବ୍ୟକ୍ତିତ୍ଵ। ସ୍ଵାଧୀନତା ପରେ ସେ ମନ୍ତ୍ରୀ ହୋଇଥିଲେ। ପୁଣି ମୁଖ୍ୟମନ୍ତ୍ରୀ। କିନ୍ତୁ ଦିନେ ପୁଣି ସବୁକିଛି ଛାଡ଼ିଦେଇ ଚାଲିଯାଇଥିଲେ ଜନତାଙ୍କ ଭିତରକୁ। ନବବାବୁ ଅସାଧାରଣ ଥିଲେ। କିନ୍ତୁ ଅତି ସାଧାରଣ ଥିଲା ତାଙ୍କର ବ୍ୟକ୍ତିଗତ ଜୀବନ, ଆବଶ୍ୟକତା ଓ ଆଚରଣ। ରାଜାରାଜୁଡ଼ାଙ୍କ ଅତ୍ୟାଚାର ବିରୋଧରେ ଗଡ଼ଜାତ ଆନ୍ଦୋଳନର ମଙ୍ଗ ଧରିଥିଲେ ନବକୃଷ୍ଣ। ମୁଖ୍ୟମନ୍ତ୍ରୀ ଥିଲା ବେଳେ ଜମିଦାରୀ ଆଇନର ଉଚ୍ଛେଦ କରାଇଥିଲେ। ପୁଣି ବିଧାନସଭାରେ ଓ ରାଜ୍ୟ ଶାସନତନ୍ତ୍ରରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବାକୁ ପ୍ରଥମେ ମନ୍ତ୍ର ଫୁଙ୍କିଥିଲେ ଏହି ଜନନେତା। ନବକୃଷ୍ଣ ଚୌଧୁରୀ ଥିଲେ ଅତି ସରଳ, ପରିଶ୍ରମୀ ତଥା ସାଧାରଣ ମଣିଷଙ୍କ ପରି ଜୀଉଁଥିବା ଜଣେ ମଣିଷ। କ୍ଷମତା ରାଜନୀତିର ଦୁନିଆରେ ସେ ଥିଲେ ତ୍ୟାଗର ଏକ ବିରଳ ଉଦାହରଣ। ତାଙ୍କର ସ୍ଵପ୍ନ, ସାଧନା ଓ ବଳିଦାନର କାହାଣୀ ଆଜିର ପିଢ଼ି ପାଇଁ ପ୍ରେରଣା। ଏହି ବିରଳ ବ୍ୟକ୍ତିତ୍ଵଙ୍କ ସ୍ମୃତିରେ ଓଡ଼ିଶାଲାଇଭ୍ ପରିବାରର ଗଭୀର ଶ୍ରଦ୍ଧାଞ୍ଜଳି। ପ୍ରାକ୍‌କଥନ: ନୀଳାମ୍ବର ରଥ ଉପସ୍ଥାପନା: ନଳିନୀକାନ୍ତ ବିଶ୍ଵାଳ ଏବଂ ଏସ୍. ଏନ୍. ଅର୍ପିତା ବିଶ୍ଵାଳ ସୌଜନ୍ୟ: ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର, ଓଡ଼ିଶା ସରକାର ଲେଖକ: ଡକ୍ଟର ହରେକୃଷ୍ଣ ପାତ୍ର Note: ‘Podcast Odisha’ is a web series produced, published and broadcast by OdishaLIVE Media Network in public interest, with an aim to preserve and promote the rich history, art & culture, literature and unique heritage of Odisha. ‘ପଡ୍‌କାଷ୍ଟ ଓଡ଼ିଶା’ ସିରିଜର ଅନ୍ୟ ଅଧ୍ୟାୟଗୁଡ଼ିକୁ ଶୁଣିବା ପାଇଁ ଏହି ପ୍ଲେ-ଲିଷ୍ଟ୍ କ୍ଲିକ୍ କରନ୍ତୁ:    • ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଜୀବନ...   #OdiaPodcast #IndianHistory #OdishaHistory #OdishaHero #MalatiChoudhury #GopabandhuChoudhury #MahatmaGandhi #RamaDevi #IndianFreedomStruggle Join this channel to get access to perks:    / @odishalive   L I K E || S H A R E || S U B S C R I B E News Website: https://www.odisha.live Facebook:   / odishalive   YouTube:    / odishalive   Twitter:   / odishalive   Instagram:   / odishalive   Click the 'bell' icon and Subscribe! The Event/production is a creation of OdishaLIVE. --- An OdishaLIVE Web Production. www.odisha.live (A Web Initiative of Academy for Media Learning Private Limited) A/23, (Ground Floor) Surya Nagar, Near Hotel Venus, Governor House Road, Bhubaneswar - 751003 (Odisha). Produced and broadcast in public interest. Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.