Перейти к содержимому

Rahijaa Jagannath Brahmagiri Re | New Alarnath Bhajan | Purna Chandra Panda | Satyapriya Production

Satyapriya Production

0:00 / 0:00

Rahijaa Jagannath Brahmagiri Re | New Alarnath Bhajan | Purna Chandra Panda | Satyapriya Production

17 625 просмотров · 3 мес. назад
Satyapriya Production
6,13 тыс. подписчиков
17 625 просмотров · 3 мес. назад
Rahijaa Jagannath Brahmagiri Re "ରହିଯାଅ ଜଗନ୍ନାଥ ବ୍ରହ୍ମଗିରିରେ" ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ଲୀଳା ଏବଂ ପ୍ରଭୁ ଶ୍ରୀଅଲାରନାଥଙ୍କ ଦିବ୍ୟ ଭାବ-ଭକ୍ତିର ମହିମା ମଣ୍ଡିତ କରୁଥିବା ଏକ ଭିନ୍ନ ଧରଣର ଭଜନ ଟିଏ...ମହାପ୍ରଭୁ ଜ୍ୱରରେ ପଡ଼ି ବଡ଼ଦେଉଳରେ ଗୁପ୍ତରେ ରହି ଚିକିତ୍ସା ହୁଅନ୍ତି ଆଉ ସେହି ସମୟରେ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀକ୍ଷେତ୍ର ରୁ ଅଳ୍ପ ଦୂର ଦକ୍ଷିଣ କୁ ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରିରେ ଅଲାରନାଥଙ୍କ ଚତୁର୍ଦ୍ଧା ମୂରତି ଶୀଳା ରୂପରେ ଦେଖା ଦିଅନ୍ତି ଯାହାଙ୍କୁ ଭେଟିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ସମାବେଶ ହୁଏ... ଏହି ପରିପ୍ରେକ୍ଷୀରେ ଅଲାର ପୀଠର ଭକ୍ତ ଟିଏ ଭକ୍ତ ଆଉ ଭଗବାନଙ୍କର ଏହି ଲୀଳା କୁ ଦେଖି ଭାବବୋଭୋର ହୋଇ ଉଠିଛି ଆଉ ଆବେଗର ସହ ଅଳି ଟିଏ କରୁଛି ପ୍ରଭୁ ତୁମେ କେଇଦିନ ପରେ ଚାଲିଯିବ ଏମିତି ହୁଅନ୍ତାନି ତୁମେ ଆଉ କିଛି ଦିନ ଏଠି ରହିଯାଆନ୍ତ...ଏହି ଭାବପ୍ରବଣତାରେ ଗୀତ ଟିଏ "ରହିଯାଅ ଜଗନ୍ନାଥ ବ୍ରହ୍ମଗିରିରେ" ଆଶା କରିବୁ ଆମର ଏହି ପ୍ରୟାସ ଟି ଆପଣମାନଙ୍କୁ ନିହାତି ଭଲ ଲାଗିବ...ଆପଣ ମାନଙ୍କ ଭଲପାଇବା ଆଉ ଆଶୀର୍ବାଦ ଆମକୁ ଆଗକୁ ବଢିବାକୁ ଉତ୍ସାହିତ କରିବ ଜୟ ଶ୍ରୀଜଗନ୍ନାଥ ଜୟ ଅଲାରନାଥ🙏🙏🙏 Singer : Purna Chandra Panda Lyrics & Music : Satyapriya Pradhan Programming : Kumar Jitu Recorded By : Pabitra Studio,, Ctc Studio DOP : Creative kailash Outdoor DOP : Creative Kailash Edit & Poster : Creative Kailash Producer : Malini Dalai Special Thanks : Papun Full Lyrics :- 👇👇👇👇👇👇 "ରହିଯାଅ ଜଗନ୍ନାଥ ବ୍ରହ୍ମଗିରିରେ" ----------------------------------------------- ଜଗତ ମାଲିକ ଆଜି ଜ୍ଵରରେ ପଡ଼ି ଆସିଛନ୍ତି ବ୍ରହ୍ମଗିରି ଶ୍ରୀକ୍ଷେତ୍ର ଛାଡ଼ି ବଡ଼ଦେଉଳରେ ଦେଖା ହେବନି ବୋଲି ଅଲାର ପୀଠରେ ଏବେ ଭାରି ଗହଳି ଭକ୍ତ ଗହଳି ଦେଖି - ମନ ଲାଖି ଯାଉଛି ଲକ୍ଷେ ପରଜା ମେଳେ - ଜଣେ ରାଜା ବସିଛି ତୁମ ଲୀଳା ଲାଗି ରହିଥାଉ,, ବ୍ରହ୍ମକ୍ଷେତ୍ରରେ ରହିଯାଅ ଜଗନ୍ନାଥ ବ୍ରହ୍ମଗିରିରେ ଦେଖୁଥିବି ନୀତି ମୋର ଘର ପାଖରେ...(2) Music --------------- କେତେବେଳେ କୋଉ ରୂପ, କେବେ କେଉଁ ଲୀଳା କେବେ ପୁଣି ଦାରୁ ଦେହ, କେବେ ପୁଣି ଶୀଳା ଭାବ ବିନୋଦିଆ ଦିଅଁ, ଭାବରେ ବୁଡ଼ିଛ ଅବଢ଼ା ଛାଡିକି ଆସି, କ୍ଷୀରି ପରଷୁଛ ଆମ କୁନି ଭକତ - ପୁଣି କରିବ ଅଳି ତୁମେ ଶୀଳା ଭିତରୁ - ଆସି ଖାଇବ କ୍ଷୀରି ପ୍ରଭୁ ଫୋଟକା ହୋଇବ ତୁମ,, ସାରା ଦେହରେ... ରହିଯାଅ ଜଗନ୍ନାଥ ବ୍ରହ୍ମଗିରିରେ ଦେଖୁଥିବି ନୀତି ମୋର ଘର ପାଖରେ...(2) Music ----------- ଭକ୍ତ ପ୍ରିୟ ବୋଲି ତୁମେ, ବୁଝି ଭକ୍ତ ମନ ଶଙ୍ଖ, ଚକ୍ର, ଗଦା, ପଦ୍ମେ - ଦେଲ ଦରଶନ ପାଷାଣ ହୋଇଲା ପାଣି, ଦେଖିଲା ଜଗତ ଅଲାରନାଥଙ୍କ ରୂପେ, ଶ୍ରୀଜଗତନାଥ ବହୁଦିନୁ ଭାବୁଛି - ଗୋଟେ କଥା କୁହନ୍ତି ଯଦି ରଖିବ ତୁମେ - ଭାରି ଖୁସି ହୁଅନ୍ତି ଆଉ କିଛି ଦିନ ରହିଯାଅ,,ମୋ ଗାଁରେ... ରହିଯାଅ ଜଗନ୍ନାଥ ବ୍ରହ୍ମଗିରିରେ ଦେଖୁଥିବି ନୀତି ମୋର ଘର ପାଖରେ...(2) ....... ( ସମାପ୍ତ )....... #rahijaajagannathbrahmagirire #rahijaajagannath #newalarnathbhajan #alarnath #alaranathabhajan #alaranathbhajan #alarnathabhajan #alarnathnewbhajan #jagannathbhajan #odiabhajan #odiasong #newjagannathbhajan #anasara #anasarabhajan #anabasarabhajan #purnachandrapanda #satyapriyaproduction #newsong LIKE || COMMENT || SHARE || SUBSCRIBE || 💐💐💐💐💐💐💐💐💐💐💐💐💐💐💐