KIRTAN BY 🎤 NIRMAL MOHARANA ||{ KIE TUME PRIYA }[AT- RAHAMA - UTSHAB ]🎧🎧🎧🎧🎧🎼®
RANJEET SAMAL
0:00 / 0:00
KIRTAN BY 🎤 NIRMAL MOHARANA ||{ KIE TUME PRIYA }[AT- RAHAMA - UTSHAB ]🎧🎧🎧🎧🎧🎼®
24 866 просмотров · 7 месяцев назад
RANJEET SAMAL
1,48 тыс. подписчиков
24 866 просмотров · 7 месяцев назад
କିଏ ତୁମେ ପ୍ରିୟ, କିଏ ତୁମେ ପ୍ରିୟ
ମୋ ଜୀବନ ଚଲାପଥେ ହୋଇଛ ସହାୟ
କିଏ ହେବ ତୁମ ସମ ଭାବି ହୁଏ ଅଥୟ (0)
ଦରଦୀ ହେ ଅପରୂପ ଦରଶନ ଲଭି
ଅଶାନ୍ତ ଏ ମନେ ବହେ ଶାନ୍ତିର ସୁରଭି
ଅବୋଧ ସନ୍ତାନ ମୁଁ ଯେ ସାଧନେ ବିଲୀନ
ଚଞ୍ଚଳତା ପ୍ରତି କ୍ଷଣେ ହେବା ପାଇଁ ପୂର୍ଣ୍ଣ
ଚିର ସାଥି ଆପଣାର ସଦା ହୁଅ ସଦୟ (1)
ପ୍ରଦତ୍ତ ପଥ ପାଶୋରି ଦିଗ ଭୁଲେ ଯେବେ
ଦୟାମୟ ଆର୍ତ୍ତ ଡାକ ତୁମକୁ କି ଶୁଭେ
ଅତୁଟ ଏଇ ବନ୍ଧନ ଦେଲ ହେ ଜଣାଇ
ଆସୁ ଝଡ଼ ବହୁ ଝାଞ୍ଜି ଶୋଚନା ନାହିଁ
ରାହା ଦେଲ ସାହା ହୋଇ ମୋର ନାଶିଛ ଭୟ (2)
ନିମେଷେ ହଜି ତୁମଠୁ ମାୟାରେ ମୁଁ ମଜେ
ପ୍ରବୃତ୍ତିର ପଥଦେଶେ ନିଜ ଛାଇ ଖୋଜେ
ଭକତ ମୁଁ ଛାର ଦୀନ ସତ୍ତା ଯା'ର ନାହିଁ
ପରିଚୟ ଦେଲ ଆଣି ଦୟାଲ ଗୋସାଇଁ
ନାହିଁ ଦ୍ଵନ୍ଦ ଅବଶୋଷ କି ଅବା ସଂଶୟ (3)
#satsang #srisrithakuranukulchandrasong #