Перейти к содержимому

Patakalagi Darshan(18-Jul)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Dhwaja Paribarttan

JAY JAGANNATH TV

0:00 / 0:00

Patakalagi Darshan(18-Jul)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Dhwaja Paribarttan

2 651 просмотр · 2 месяца назад
JAY JAGANNATH TV
784 тыс. подписчиков
2 651 просмотр · 2 месяца назад
✨ ଆଜିର ପବିତ୍ର ଘଟଣା – ନୀଳଚକ୍ର ଉପରେ ହଳଦିଆ ରଙ୍ଗର ପତକାଲାଗି ✨ 📅 18-Jul-2026– ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ଉପରେ ପବିତ୍ର ହଳଦିଆ ରଙ୍ଗର ପତକା ପରିବର୍ତ୍ତିତ ହେଲା। 🏛️ ଏହି ପତକାଲାଗି ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି ଓ ଆଶୀର୍ବାଦ 📺 ଘରେ ବସି LIVE ଦେଖନ୍ତୁ — Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ 🙏 ଜୟ ଜଗନ୍ନାଥ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । #patakalagidarshan #jayjagannathtv #SidharthTV #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork #TodayPatakalagi #dhwajaarohan #banabandha 🙏 ଜୟ ଜଗନ୍ନାଥ 🙏 କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଅପେକ୍ଷାର ଆଉ ଏକ ଦିବ୍ୟ କ୍ଷଣ… ଆସିଛି ମହାପ୍ରଭୁଙ୍କ ପବିତ୍ର ଆଡ଼ପ ବିଜେ । ❤️ ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି—ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କର ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥ ପବିତ୍ର ଆଡ଼ପ ମଣ୍ଡପକୁ ବିଜେ କରିବାର ଅଲୌକିକ ଦୃଶ୍ୟର ଭବ୍ୟ ସିଧାପ୍ରସାରଣ। ✨ ମହାପ୍ରଭୁ ଯେତେବେଳେ ଭକ୍ତମାନଙ୍କ ଗହଣରେ ପହଣ୍ଡି କରି ନିଜ ଜନ୍ମବେଦୀକୁ ବିଜେ କରନ୍ତି, ସେତେବେଳେ ଶରଧାବାଲି ହରିବୋଲ, ହୁଳହୁଳି ଓ “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ହୋଇଉଠେ। ଭକ୍ତଙ୍କ ଆଖିରେ ଆନନ୍ଦାଶ୍ରୁ, ହୃଦୟରେ ଭକ୍ତି ଓ ମୁଖରେ କେବଳ ଗୋଟିଏ ନାମ—“ଜୟ ଜଗନ୍ନାଥ” ଏହି ଅଦ୍ୱିତୀୟ ମହାଲୀଳାର ପ୍ରତ୍ୟକ୍ଷ ସାକ୍ଷୀ ହୁଅନ୍ତୁ— 🔸 ରଥ ଉପରେ ଶ୍ରୀଜୀଉଙ୍କ ଦିବ୍ୟ ଦର୍ଶନ 🔸 ଚତୁର୍ଦ୍ଧାମୂର୍ତ୍ତିଙ୍କ ଭାବମୟ ପହଣ୍ଡି ବିଜେ 🔸 ଶ୍ରୀଗୁଣ୍ଡିଚା ମନ୍ଦିରକୁ ପବିତ୍ର ପ୍ରବେଶ 🔸 ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦିବ୍ୟ ଅବସ୍ଥାନ 🔸 ଭକ୍ତି, ଭାବ ଓ ଆସ୍ଥାର ଅନନ୍ୟ ମହାସଙ୍ଗମ। ଘରେ ବସି ପାଆନ୍ତୁ ଶ୍ରୀଜୀଉଙ୍କ ଦିବ୍ୟ ଦର୍ଶନ। ନିଜକୁ ସମର୍ପଣ କରନ୍ତୁ ମହାପ୍ରଭୁଙ୍କ ଶ୍ରୀଚରଣରେ ଓ ପ୍ରାର୍ଥନା କରନ୍ତୁ— “ହେ କାଳିଆ ସାଆନ୍ତ, ତୁମ ଆଡ଼ପ ମଣ୍ଡପ ଦର୍ଶନରେ ଆମର ସମସ୍ତ ଦୁଃଖ ଦୂର କରି, ଜୀବନରେ ସୁଖ, ଶାନ୍ତି ଓ କୃପା ବର୍ଷା କର।” 🙏 ଆସନ୍ତୁ, ସମଗ୍ର ବିଶ୍ୱ ସହ ଏକ ସ୍ୱରରେ କହିବା— 🙏 ଜୟ ଜଗନ୍ନାଥ 🙏" #AdapaBije2026 #ଆଡ଼ପବିଜେ #JayJagannathTVLive #AdapaMandapaDarshan #GundichaTemple #JayJagannath "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U