Перейти к содержимому

ଗଣିଆରେ ନିଆରା ପରମ୍ପରାରେ ଦଶହରା ପାଇକବୀର ମାନେ ପାରମ୍ପରିକ ଯୁଦ୍ଧ କଳାରେ ଅନୁକୂଳ କଲେ

Pratikhya

0:00 / 0:00

ଗଣିଆରେ ନିଆରା ପରମ୍ପରାରେ ଦଶହରା ପାଇକବୀର ମାନେ ପାରମ୍ପରିକ ଯୁଦ୍ଧ କଳାରେ ଅନୁକୂଳ କଲେ

132 просмотра · 3 дн. назад
Pratikhya
471 подписчик
132 просмотра · 3 дн. назад
ନିଆରା ପରମ୍ପରାରେ ଦଶହରା ପାଇକବୀର ମାନେ ପାରମ୍ପରିକ ଯୁଦ୍ଧ କଳାରେ ଅନୁକୂଳ କଲେ ‌‌            ଗଣିଆ -୨୦/୧୦(ସରୋଜ କୁମାର ଦାଶ )ନୟାଗଡ଼ ଜିଲ୍ଲାର ଗଣିଆ ରେ କାହିଁ କେଉଁ କାଳରୁ ଦଶହରା ଉତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଆସିଛି । ମହାସପ୍ତମୀ ଠାରୁ ମାଆଙ୍କ ପ୍ରତୀକ ଭାବେ ଥିବା ଖଣ୍ଡା, ଧନୁତୀର କୁ ଦେହୁରୀ ଜଳାଶୟ ନିକଟକୁ ନେଇ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜା କରାଇ ମନ୍ଦିର କୁ ଆଣି ଦଶହରା ପର୍ଯ୍ୟନ୍ତ ଗୁପ୍ତ ପୂଜା କରାଯାଇଥାଏ । ଦଶହରା ଦିନ ଅପରାହ୍ନ ରେ ପାଇକମାନେ ବୀର ବେଶରେ ସଜ୍ଜିତ ହୋଇ ଘରୁ ବାହାରି ସାହି ମଝିରେ ଏକାଠି ହୁଅନ୍ତି ।ପାଇକ ରମଣୀ ମାନେ ସେମାନଙ୍କୁ ବିଜୟ ଟୀକା ପିନ୍ଧାଇ ବନ୍ଦାପନା କରିଥାନ୍ତି ।ପରେ ସମସ୍ତ ପାଇକ ପୂଜା  ହେଉଥିବା ଖଣ୍ଡା ଓ ଧନୁତୀର ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ଅନୁକୂଳ ପଡିଆକୁ ପଟୁଆର କରି ଯାଆନ୍ତି । ତାଙ୍କ ସହିତ ସମସ୍ତ ଗ୍ରାମବାସୀ ମଧ୍ୟ ଯାଆନ୍ତି। ସେଠାରେ ବ୍ରାହ୍ମଣ ଙ୍କ ଦ୍ଵାରା ଅନୁକୂଳ ପୂଜା କରାଯାଏ ଓ ପାଇକମାନେ ସେମାନଙ୍କ ଯୁଦ୍ଧ କଉଶଳ ପ୍ରଦର୍ଶନ କରନ୍ତି । ଅନ୍ୟ ମାନେ ଭାଗବତ ପାଠ ଓ ଛାତ୍ର ଛାତ୍ରୀ ମାନେ ବହି ପଢ଼ି ଅନୁକୂଳ କରନ୍ତି । ପୁନଶ୍ଚ ପଟୁଆର ସମସ୍ତ ଗ୍ରାମ ପରିକ୍ରମା କରି ପାଇକ ସାହିକୁ ଫେରିଯାଏ ।ଶହ ଶହ ବର୍ଷ ଧରି ଗଣିଆ ରେ ଏହି ପରମ୍ପରା ଚାଲିଆସିଛି ।  ଏହା ସହିତ ବିଭିନ୍ନ ସାହିରେ ନିର୍ମିତ ମେଢ଼ ଓ ତୋରଣ ଏହି ଉତ୍ସବ କୁ ଆହୁରି ଆକର୍ଷଣୀୟ କରିଥିଲା ।