Перейти к содержимому

Laxmi Purana ଲକ୍ଷ୍ମୀ ପୁରାଣ | ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash | Sidharth Bhakti

Sidharth Bhakti

0:00 / 0:00

Laxmi Purana ଲକ୍ଷ୍ମୀ ପୁରାଣ | ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash | Sidharth Bhakti

20 671 227 просмотров · 8 лет назад
Sidharth Bhakti
4,96 млн подписчиков
20 671 227 просмотров · 8 лет назад
ସକାଳୁ ସକାଳୁ ଘରେ ଘରେ ନମିତା ଅଗ୍ରୱାଲ ଓ ଗୀତା ଦାସଙ୍କ କଣ୍ଠସ୍ୱର ଶୁଣାଗଲେ, ଜଣାପଡେ ମାର୍ଗଶିର ଗୁରୁବାର ଆସିଗଲା I ଦୀର୍ଘ ୩୨ ବର୍ଷ ଧରି ଯେଉଁ ପୁରାଣକୁ ଶୁଣି ଓଡ଼ିଶାର ଗୃହିଣୀମାନେ ମାଣ ବସାନ୍ତି, ସେହି କାଳଜୟୀ "ଲକ୍ଷ୍ମୀ ପୁରାଣ" ....ଦେଖନ୍ତୁ ମାର୍ଗଶିର ମାସର ପ୍ରତ୍ୟକ ଗୁରୁବାର ସକାଳେ ଓ ସନ୍ଧ୍ୟାରେ (ଭୋର ୩ଟା, ଭୋର ୫ଟା, ସକାଳ ୭ଟା , ଅପରାହ୍ନ ୩ଟା ଓ ସନ୍ଧ୍ୟା ୫ଟାରେ) , କେବଳ ସିଦ୍ଧାର୍ଥ TV ରେ II ଲକ୍ଷ୍ମୀ ପୁରାଣ ଓଡ଼ିଆ ସାହିତ୍ୟର ପଞ୍ଚସଖା (ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ମଧ୍ୟରେ ଜ୍ୟେଷ୍ଠ କବି ବଳରାମ ଦାସଙ୍କ ଦ୍ଵାରା ପଞ୍ଚଦଶ ଶତାବ୍ଦୀରେ ଓଡ଼ିଆ ଭାଷାରେ ଲେଖା ଏକ ସାହିତ୍ୟିକ ପୁରାଣ କୃତି ।ଏହା ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ ।ମାର୍ଗଶୀର ମାସର ଏକ ଗୁରୁବାର ଦିନ ଶ୍ରୀୟା ଚଣ୍ଡାଳୁଣୀ ନାମକ ଏକ ଅଚ୍ଛବର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତା ଘରେ ପହଞ୍ଚିଲେ । ଦେବୀ ଲକ୍ଷ୍ମୀଙ୍କ ଏଭଳି ଆଚରଣରେ ପ୍ରଭୁ ବଳରାମ କ୍ରୋଧାନ୍ଵିତ ହୋଇ ଦେବୀଙ୍କୁ ଘରୁ ବାହାର କରିଦେବାକୁ ପ୍ରଭୁ ଜଗନ୍ନାଥଙ୍କୁ ଆଦେଶ ଦେଲେ । ଦେବୀ ଲକ୍ଷ୍ମୀ ଏଥିରେ ମର୍ମାହତ ହୋଇ ଶ୍ରୀମନ୍ଦିର ଛାଡି ଚାଲିଗଲେ । ହେଲେ ଦେବୀଙ୍କ କ୍ରୋଧ ଫଳରେ ଜଗନ୍ନାଥ ଓ ବଳରାମ ଦୁଇ ଭାଇ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ବିବିଧ ପ୍ରକାରେ ଅପମାନିତ ହେଲେ । ପରିଶେଷରେ ଦୁଇ ଭାଇ ନିଜର ଭୁଲ ବୁଝିପାରିଲେ ଏବଂ ଦୁଇ ଠାକୁରଙ୍କ ଅନୁରୋଧକ୍ରମେ ମା ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଲେ । ଏହା ହିଁ ଲକ୍ଷ୍ମୀ ପୁରାଣର ମୁଖ୍ୟ ବିଷୟ ବସ୍ତୁ । ନାରଦ ମୁନିଙ୍କ ପ୍ରଶ୍ନର ଉତ୍ତରରେ ପରାଶର ଋଷି ନାରଦଙ୍କୁ ଲକ୍ଷ୍ମୀ ପୂଜାର ମାହାତ୍ମ୍ୟ ବୁଝାଇଛନ୍ତି । ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା)ରେ ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ । ---------------------------------------- Song : Laxmi Purana (Manabasa Gurubar Bahi Gita) Singer : Namita Agrawal,Gita Dash Album : Laxmi Purana Album No : JE - 520,21 Lyrics : Balaram Das Music Label : Sidharth Music -------------------------------------- ♪ Full Song Available on ♪ JioSaavn : http://bit.ly/Laxmi-Purana-JioSaavan Wynk : http://bit.ly/Laxmi-Purana-Wynk Gaana : http://bit.ly/Laxmi-Purana-Gaana Apple Music : http://bit.ly/Laxmi-Purana-Apple-Music Amazon Prime Music : http://bit.ly/Laxmi-Purana-Prime-Music iTunes : http://bit.ly/Laxmi-Purana-iTunes Spotify : http://bit.ly/Laxmi-Purana-Spotify #laxmipurana #sidharthtv #namitaagrawal #sidharthmusic #sitaramagrawal #laxmipuran #laxmipurana #manabasagurubarpuja #manabasagurubara #manabasagurubar #sidharthbhakti #odiabhajan #odiasong #jayjagannathtv