Agaru Bhulibar Thila II ଆଗରୁ ଭୁଲିବାର ଥିଲା II Anumann
Anumann
0:00 / 0:00
Agaru Bhulibar Thila II ଆଗରୁ ଭୁଲିବାର ଥିଲା II Anumann
1 999 просмотров · 1 мес. назад
Anumann
873 подписчика
1 999 просмотров · 1 мес. назад
Lyrics: Anumann
ଆଗରୁ ଭୁଲିବାର ଥିଲା..
ଭୁଲିବାଟା ଯଦି ଭାବିଥିଲ ମନେ
ଆଗରୁ ଭୁଲିବାର ଥିଲା
ଭୁଲିବାଟା ଯଦି ଭାବିଥିଲ ମନେ
ଆଗରୁ ଭୁଲିବାର ଥିଲା
ମଝିକୁ ନ ନେଇ କୂଳରେ ବୁଡାଇ
ଧୀରେ ଛାଡିବାର ଥିଲା
ଧୀରେ ଧୀରେ ଛାଡିବାର ଥିଲା
ଭୁଲିବାଟା ଯଦି ଭାବିଥିଲ ମନେ
ଆଗରୁ ଭୁଲିବାର ଥିଲା
ଆଗରୁ ଭୁଲିବାର ଥିଲା
-----
ହାତ ଧରି ଧରି ପ୍ରେମରେ ପହଁରି
ମଝି ଦରିଆକୁ ନେଇ
ଛାଡି ଦେଲ ହାତ କରି ପରାହତ
ବୁଡି ମରିଯିବା ପାଇଁ
ଥଳକୂଳ କିଛି ମିଳିଲାନି ଏଠି
ବୁଡିବାଟା ସାର ହେଲା
ଭରସାର ଘର ବାନ୍ଧିବା ଆଗରୁ
ମନ ଭାଙ୍ଗିବାର ଥିଲା
ଆଗରୁ ଭୁଲିବାର ଥିଲା..
ଭୁଲିବାଟା ଯଦି ଭାବିଥିଲ ମନେ
ଆଗରୁ ଭୁଲିବାର ଥିଲା
ଆଗରୁ ଭୁଲିବାର ଥିଲା
-----
ସ୍ୱପ୍ନ ଯଦି ଥିଲା ଭାଙ୍ଗିଦେବା ପାଇଁ
କାଇଁ ଦେଖାଇଲ ତାହା
ପଥ ଆମ ଯଦି ପ୍ରଥମୁ ଅଲଗା
କାଇଁ ଦେଖୁଥିଲେ ରାହା
ବାଟ ଭୁଲି ଯାଇ ନୂଆ ମୋଡ ନେଇ
ଛାଡି ପଳାଇବାର ଥିଲା
ଆଉଥରେ ଆମେ ଅଜଣା ବାଟର
ବାଟୋଇ ହେବାର ଥିଲା
ଆଗରୁ ଭୁଲିବାର ଥିଲା..
ଭୁଲିବାଟା ଯଦି ଭାବିଥିଲ ମନେ
ଆଗରୁ ଭୁଲିବାର ଥିଲା
ଆଗରୁ ଭୁଲିବାର ଥିଲା
------
ଥିଲା ଯଦି ତୁମ ମନେ ଆଉ କିଛି
କାଇଁ ହେଇଥିଲ ଦେଖା
ଟାଣିବାର ଥିଲା ଶେଷ ଯବନିକା
ନାଟକ ପୂର୍ବରୁ ଏକା
ସରି ଯାଇଥାନ୍ତା ଆରମ୍ଭ ଆଗରୁ
ଯାହା ଆଜି ଶେଷ ହେଲା
ଆଶାର ସଂସାର ସରିଯାଇ ଶୀଘ୍ର
ଶାନ୍ତି ଆଣିଥାନ୍ତା ଭଲା
ଆଗରୁ ଭୁଲିବାର ଥିଲା..
ଭୁଲିବାଟା ଯଦି ଭାବିଥିଲ ମନେ
ଆଗରୁ ଭୁଲିବାର ଥିଲା
ଭୁଲିବାଟା ଯଦି ଭାବିଥିଲ ମନେ
ଆଗରୁ ଭୁଲିବାର ଥିଲା
ମଝିକୁ ନ ନେଇ କୂଳରେ ବୁଡାଇ
ଧୀରେ ଛାଡିବାର ଥିଲା
ଧୀରେ ଧୀରେ ଛାଡିବାର ଥିଲା
ଭୁଲିବାଟା ଯଦି ଭାବିଥିଲ ମନେ
ଆଗରୁ ଭୁଲିବାର ଥିଲା
ଆଗରୁ ଭୁଲିବାର ଥିଲା..
ଆଗରୁ ଭୁଲିବାର ଥିଲା..