Перейти к содержимому

ଆକାଶରୁ ଝରି ବରଷାର ବୁନ୍ଦା | Nature Monsoon Song | ଗୀତ ରଚନା - ଲକ୍ଷ୍ମୀପ୍ରିୟା ମହାରଣା

Dibakar Nayak Music

0:00 / 0:00

ଆକାଶରୁ ଝରି ବରଷାର ବୁନ୍ଦା | Nature Monsoon Song | ଗୀତ ରଚନା - ଲକ୍ଷ୍ମୀପ୍ରିୟା ମହାରଣା

359 просмотров · 8 дней назад
Dibakar Nayak Music
725 подписчиков
359 просмотров · 8 дней назад
🎵 Title ଆକାଶରୁ ଝରି ବରଷାର ବୁନ୍ଦା | Nature Monsoon Song | ଗୀତ ରଚନା - ଲକ୍ଷ୍ମୀପ୍ରିୟା ମହାରଣା 📝 Short Description ଆକାଶରୁ ଝରି ପଡ଼ୁଥିବା ବର୍ଷାର ବୁନ୍ଦା ଯେତେବେଳେ ତୃଷାର୍ତ୍ତ ମାଟିକୁ ଛୁଇଁଯାଏ, ସେତେବେଳେ ଚାରିଆଡ଼େ ଖେଳିଯାଏ ମାଟିର ଅପାସୋରା ମହକ। 🌧️🌿 ବର୍ଷା ଓ ମାଟିର ମିଳନ, ପ୍ରକୃତିର ସୌନ୍ଦର୍ଯ୍ୟ ଏବଂ ଅତୀତର ମଧୁର ସ୍ମୃତିକୁ ନେଇ ଏହି ମନଛୁଆଁ ଗୀତ। 🎵 Nature Monsoon Song ✍️ ଗୀତ ରଚନା - ଲକ୍ଷ୍ମୀପ୍ରିୟା ମହାରଣା 🎤 Vocal - AI (Artificial Intelligence) 🎼 Music - AI (Artificial Intelligence) 🎬 Dibakar Nayak Music Presents ଆକାଶରୁ ଝରି ବରଷାର ବୁନ୍ଦା ଧରଣୀରେ ଗଲା ଲୋଟି ଆନନ୍ଦିତ ହେଲା ଚାତକ ଭଳିଆ ଚାହିଁ ରହିଥିବା ମାଟି ।।୦।। ପିଆସୀ ବୁକୁରେ ବରଷାର ଛୁଆଁ ଭରିଦେଲା ଶିହରଣ ମହକାଇ ଦେଲା ଚଉଦିଗ ସାରା ସୁବାସିତ ସମୀରଣ । ନୁହେଁ ସେ ଅତର ନୁହେଁ ସେ ଗୋଲାପ ନୁହେଁ ସେ ଚନ୍ଦନ କାଠି ସୁମଧୁର ସେଇ ମାଟିର ସୁଗନ୍ଧ ବିଶ୍ବ ପ୍ରାଣେ ଯାଏ ଲାଖି । ଅତୀତର ସବୁ ମଧୁର ସ୍ମୃତିକୁ ଆଣେ ଦେବା ପାଇଁ ଭେଟି ।।୧।। ସବୁଜ ପତ୍ରରେ ନୂଆ ରଙ୍ଗ ଦେଇ ବର୍ଷା ସାଜେ କାରୀଗର ହେଲେ ମାଟିର ଏ ଅପୂର୍ବ ବାସ୍ନା ରହେ ଚିର ଅପାସୋର । ଧରଣୀର ସେହି ପ୍ରଥମ ହସକୁ ସାଇତି ରଖିଛି ମନ ବର୍ଷା ଆଉ ମାଟି ମିଳନ ଗାଥାକୁ ଦିବା ନିଶି କରେ ଗାନ । ମାଟିର ମହକ ମାଟିର ମମତା ପାରେନାହିଁ କେବେ ତୁଟି ।।୨।।©® ଭିଡିଓଟି ଭଲ ଲାଗିଲେ Like 👍 | Comment 💬 | Share ↗️ କରନ୍ତୁ ଏବଂ ଏଭଳି ମନଛୁଆଁ ଓଡ଼ିଆ ଗୀତ ପାଇଁ Dibakar Nayak Musicକୁ Subscribe 🔔 କରନ୍ତୁ। 🔖 Hashtags #OdiaSong #OdiaMusic #NatureSong #MonsoonSong #RainSong #OdiaRainSong #OdiaNatureSong #OdiaNewSong #OdiaMusic2026 #OdiaMelody #OdiaFemaleVoice #AI Music #DibakarNayakMusic #LakshmipriyaMaharana © Copyright & Publishing Notice ©® 2026 Dibakar Nayak Music. All Rights Reserved. ଏହି ଗୀତର ମୂଳ ରଚନା ଓ ଗୀତିକାରଙ୍କ କ୍ରେଡିଟ୍ ଅକ୍ଷୁଣ୍ଣ ରହିବ। ଅନୁମତି ବିନା ଏହି ଗୀତର Lyrics, Audio, Video କିମ୍ବା ଅନ୍ୟ କୌଣସି ଅଂଶକୁ Copy, Re-upload, Reproduce କିମ୍ବା Commercially Use କରିବା ଅନୁମୋଦିତ ନୁହେଁ। Dibakar Nayak Music Publishing Disclaimer: Dibakar Nayak Music ଦ୍ୱାରା ପ୍ରକାଶିତ ଗୀତଗୁଡ଼ିକର ମୂଳ ରଚନା/ସ୍ୱତ୍ୱ ସମ୍ପର୍କରେ ସମ୍ପୃକ୍ତ ଗୀତିକାର ନିଜ ଦାୟିତ୍ୱରେ ନିଶ୍ଚିତ କରିବେ। ଗୀତିକାରଙ୍କ ମୂଳ କ୍ରେଡିଟ୍ ସୁରକ୍ଷିତ ରହିବ। ଅନୁମତି କିମ୍ବା ପ୍ରକାଶନ ସମ୍ପର୍କିତ ଯୋଗାଯୋଗ ପାଇଁ Dibakar Nayak Music ସହିତ ସମ୍ପର୍କ କରନ୍ତୁ। AI Disclosure: ଏହି ଗୀତର Vocal ଓ Music ପ୍ରସ୍ତୁତିରେ Artificial Intelligence (AI) ବ୍ୟବହାର କରାଯାଇଛି। ଗୀତର ମୂଳ Lyrics ମାନବ ଗୀତିକାର ଲକ୍ଷ୍ମୀପ୍ରିୟା ମହାରଣାଙ୍କ ରଚନା।