ପାରିବାରିକ ବିବାଦ ରୁ ବିକ୍ରି ହୋଇଥିବା ଶିଶୁ କୁ ଢେଙ୍କାନାଳ ଜିଲା ଭୁବନ ରୁ ଉଦ୍ଧାର କଲା ଯାଜପୁର ପୋଲିସ
JAJPUR KHABAR JPK
0:00 / 0:00
ପାରିବାରିକ ବିବାଦ ରୁ ବିକ୍ରି ହୋଇଥିବା ଶିଶୁ କୁ ଢେଙ୍କାନାଳ ଜିଲା ଭୁବନ ରୁ ଉଦ୍ଧାର କଲା ଯାଜପୁର ପୋଲିସ
7 545 просмотров · 1 г. назад
JAJPUR KHABAR JPK
6,83 тыс. подписчиков
7 545 просмотров · 1 г. назад
ପାରିବାରିକ ବିବାଦ ରୁ ବିକ୍ରି ହୋଇଥିବା ଶିଶୁ କୁ ଢେଙ୍କାନାଳ ଜିଲା ଭୁବନ ରୁ ଉଦ୍ଧାର କଲା ଯାଜପୁର ପୋଲିସ। ଉଦ୍ଧାର ପରେ ଶିଶୁ କୁ ଜିଲା ଶିଶୁ ସୁରକ୍ଷା ୟୁନିଟକୁ କଲା ହସ୍ତାନ୍ତର । ଯାଜପୁର ବ୍ଲକ ବଡ ସୁଆର ଅଞ୍ଚଳର ପ୍ରଶାନ୍ତ ପରିଡା ଏବଂ ପୂଜା ଙ୍କ ୮ ବର୍ଷର ଶିଶୁପୁତ୍ର କୁ ବିକ୍ରି କରାଯାଇଥିବା ଅଭିଯୋଗ ଆସିଥିଲା। ସ୍ବାମୀ ଠାରୁ ସ୍ତ୍ରୀ ଅଲଗା ରହିବା ବେଳେ ସ୍ତ୍ରୀ ପୂଜା ୧୮ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ । ଏ ନେଇ ଗଣ ମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଉକ୍ତ ଶିଶୁ ପୁତ୍ର କୁ ଏବେ ୮ ବର୍ଷ ହୋଇଥିବା ବେଳେ ତାଙ୍କୁ ଭୁବନ ଅଞ୍ଚଳ ର ସନ୍ତୋଷ କୁମାର ନାୟକ ଙ୍କ ଘରୁ ଉଦ୍ଧାର କରାଯାଇଛି । ଶିଶୁ ସୁରକ୍ଷା ୟୁନିଟ ଉଦ୍ଧାର ଶିଶୁ ଙ୍କୁ ଆଣି ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିବା ପରେ ଉତ୍କଳ ବାଳାଶ୍ରମ ରେ ରଖିଥିବା ସୂଚନା ମିଳିଛି। ଅନ୍ୟପଟେ ଯାଜପୁର ସଦର ଥାନା ପୋଲିସ ଅଭିଯୁକ୍ତ ମା କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝି ।
#jajpurtown
#news
#odishajajpur
#jajpuria
#jajpur
#jajpurkhabar
#latestnews