HE JIBANTA ISWARA | ହେ ଜୀବନ୍ତ ଇଶ୍ୱର | NEW ODIA CHRISTIAN SONG 2026 | ODIA CHRISTIAN SONG | JISU SONG
SK Music
0:00 / 0:00
HE JIBANTA ISWARA | ହେ ଜୀବନ୍ତ ଇଶ୍ୱର | NEW ODIA CHRISTIAN SONG 2026 | ODIA CHRISTIAN SONG | JISU SONG
33 321 просмотр · 4 месяца назад
SK Music
8,65 тыс. подписчиков
33 321 просмотр · 4 месяца назад
HE JIBANTA ISWARA | ହେ ଜୀବନ୍ତ ଇଶ୍ୱର | NEW ODIA CHRISTIAN SONG 2026 | ODIA CHRISTIAN SONG
ଅଦୃଶ୍ୟ ହେଉଛ କାହିଁକି
ହେ ଜୀବନ୍ତ ଈଶ୍ୱର
ଅଦୃଶ୍ୟ ହେଉଛ କାହିଁକି
ହେ ଜୀବନ୍ତ ଈଶ୍ୱର
ପାଶବିକ ଅତ୍ୟାଚାରରେ
ଅତିଷ୍ଠ ହେଲେଣି ଭକ୍ତ ତୁମର
ବାରେ ଦୟାବହି କର ଉଦ୍ଧାର...
ତୁମ ଉପାସନା କରିବା ବ୍ୟକ୍ତିକୁ
ଶବ ସତ୍କାରରେ ମିଳୁନାହିଁ ସ୍ଥାନ
ପିତାମାତା କାନ୍ଦି କାନ୍ଦି ବୁଲୁଛନ୍ତି
ବିକଳରେ କାନ୍ଧେଇ ମୃତ ସନ୍ତାନ।
କବରରେ ନାହିଁ ଅଧିକାର
ଅଦୃଶ୍ୟ ହେଉଛ କାହିଁକି
ହେ ଜୀବନ୍ତ ଈଶ୍ୱର.....
ଅତ୍ୟାଚାରୀ ବଳତ୍କାରେ ଗୋବରକୁ
ତୁମ ଭକ୍ତର ମୁଖେ ଭରି ଦେଉଛି
ପୁତି ଗନ୍ଧମୟ ନର୍ଦ୍ଦମା ଜଳକୁ
ଅତିଶୟ ଦଣ୍ଡଦେଇ ପିଆଉଛି
ବଞ୍ଚିଥାଇ ହୋଇଛୁ ମୂର୍ଦ୍ଦାର
ଅଦୃଶ୍ୟ ହେଉଛ କାହିଁକି
ହେ ଜୀବନ୍ତ ଈଶ୍ୱର....
ଗାଈଗୋରୁ ଭଳି ବେକରେ ବାନ୍ଧିକି
ଆଣ୍ଠେଇ ଗୋଡିରେ ଚଲାଇ ନେଉଛି
ଚୋରର ସଦୃଶ୍ୟ ମସ୍ତକର କେଶ
ଏକପାର୍ଶ୍ୱ ମୁଣ୍ଡିତ କରି ଦେଉଛି
ଖ୍ରୀଷ୍ଟଧର୍ମ ଲୁପ୍ତ ତା' ବିଚାର
ଅଦୃଶ୍ୟ ହେଉଛ କାହିଁକି
ହେ ଜୀବନ୍ତ ଈଶ୍ୱର
ଅଦୃଶ୍ୟ ହେଉଛ କାହିଁକି
ହେ ଜୀବନ୍ତ ଈଶ୍ୱର
ପାଶବିକ ଅତ୍ୟାଚାରରେ
ଅତିଷ୍ଠ ହେଲେଣି ଭକ୍ତ ତୁମର
ବାରେ ଦୟାବହି କର ଉଦ୍ଧାର...