ଆନନ୍ଦ ବାରୀ ପଡୁଛି ଝରି || Ananda Bari Paduchhi Jhari || New Odia kirtan || Lyrics || Sameer Pradhan ||
Rabinarayan Kar
0:00 / 0:00
ଆନନ୍ଦ ବାରୀ ପଡୁଛି ଝରି || Ananda Bari Paduchhi Jhari || New Odia kirtan || Lyrics || Sameer Pradhan ||
6 136 просмотров · 1 год назад
Rabinarayan Kar
8,66 тыс. подписчиков
6 136 просмотров · 1 год назад
ଭକତଙ୍କ ମେଳେ ଆ ଭାବେ ଭିଜିଯା
(ପୁଣି) କିରିତନ ତାଳେ ଆ ନାଚି ଗାଇଯା
ଆନନ୍ଦ ବାରୀ ପଡୁଛି ଝରି
ପାପ ତାପ ଧୋଇ ଯା
ଭକତଙ୍କ ମେଳେ ଆ.....
ହଜିଲେ ମନେ ଗହନ ବନେ ବିବେକ ହେବ ବନ୍ଦୀ
ହୃଦ ନଅର ନରକ ଗଡ଼ ପାରିବୁ ନାହିଁ ଭେଦି
ନାମ ମନନେ ପ୍ରେମ ବନ୍ଧନେ
ମାୟାରୁ ମୁକୁଳି ଆ (1)
ଭକତଙ୍କ ମେଳେ ଆ.....
ଶୁଭ ଲଗନେ ଶୁଭ୍ର ଆସନେ ବିଜେ ପୁରୁଷୋତ୍ତମ
ମିଳନ ତୀର୍ଥ ଜୀବ ନିମିତ୍ତ ଏଇ ସେ ଚାରିଧାମ
ହେବୁରେ ଧନ୍ୟ ଲଭିବୁ ପୂଣ୍ୟ
ଆ ବେଗେ ଧାଇଁ ଆ (2)
ଭକତଙ୍କ ମେଳେ ଆ.....
ମୁରଲୀ ବାଜେ ଏ ପ୍ରେମକୁଞ୍ଜେ ରାଧା ରାଧା ନାମରେ
କେତେ ପତିତ ଯୋଡ଼ ହସ୍ତରେ ପ୍ରଣମନ୍ତି ପୟରେ
ମଧୁ ଗୁଞ୍ଜନେ ସେ ସୁଧାପାନେ
ସତସଙ୍ଗେ ଚାଲି ଆ (3)
ଭକତଙ୍କ ମେଳେ ଆ.....
#satsangkirtan #odiakirtan #satsangnewodiakirtan #satsangodiakirtan #satsang #rabinarayankar