ଓଡ଼ିଆ ମୁରଲୀ ସଂଗୀତ :- ବ୍ରାହ୍ମଣର ଜୀବନରେ ଖୁସିଖାଦ୍ୟ ରହିଛି ଖୁସି ଯିଏ ବାଣ୍ଟୁଅଛି ଭାଗ୍ୟଶାଳୀ ହେଉଛି ୪/୧୨/୨୦୨୪
ODIASANGEET
0:00 / 0:00
ଓଡ଼ିଆ ମୁରଲୀ ସଂଗୀତ :- ବ୍ରାହ୍ମଣର ଜୀବନରେ ଖୁସିଖାଦ୍ୟ ରହିଛି ଖୁସି ଯିଏ ବାଣ୍ଟୁଅଛି ଭାଗ୍ୟଶାଳୀ ହେଉଛି ୪/୧୨/୨୦୨୪
1 085 просмотров · 1 г. назад
ODIASANGEET
1,08 тыс. подписчиков
1 085 просмотров · 1 г. назад
ରଚନାକାର :- ବି. କେ. କୁମରମଣି ଭାଇ, ସମ୍ବଲପୁର । ସଙ୍ଗୀତକାର :- ବି. କେ. ସ୍ୱରୂପା ଭଉଣୀ, କଳାହାଣ୍ଡି, !
ବ୍ରାହ୍ମଣର ଜୀବନରେ ଖୁସିଖାଦ୍ୟ ରହିଛି
ଖୁସି ଯିଏ ବାଣ୍ଟୁଅଛି ଭାଗ୍ୟଶାଳୀ ହେଉଛି
ବାବା ସ୍ନେହ ତାଙ୍କପାଇଁ ସଦା ରହୁଛି ।୦।
ଯୋଗର ଉପରେ ସବୁ ନିର୍ଭର ତ କରୁଛି
ଯୋଗଦ୍ୱାରା ମଧୁମୟ ସ୍ଵଭାବ ତ ହେଉଛି
ଯୋଗବେଳେ ମାୟା ଯୁଦ୍ଧ.. ସଦା କାଳେ
କରୁଛି ହୋ..
ସଚ୍ଚା ଯୋଗୀଦ୍ଵାରା ମାୟା ପରାସ୍ତ ହିଁ ହେଉଛି
ବାବା ସ୍ନେହ ତାଙ୍କ ପାଇଁ ସଦା ରହୁଛି..।୧।
ଡ୍ରାମାର ରହସ୍ୟ ଯେବେ ବିଚାରକୁ ନେଉଛ
ସୂକ୍ଷ୍ମ ଗୁହ୍ୟ କଥାମାନ ଜାଣିବାକୁ ପାଉଛ
ଅଭିନୟେ ସ୍ୱତନ୍ତ୍ରତା... ନିଶ୍ଚିତ ଯେ ରହିଛି ହୋ
କାର୍ଯ୍ୟକଳାପର ନଥି ଆତ୍ମା ଠାରେ ରହିଛି
ବାବା ସ୍ନେହ ତାଙ୍କ ପାଇଁ ସଦା ରହୁଛି..।୨।
ହୀରା ତୁଲ୍ୟ ଜୀବନ ଯେ ବ୍ରାହ୍ମଣଙ୍କୁ ମିଳିଛି
ଦେହ ଅଭିମାନୀ ରୂପୀ କଣ୍ଟା ଚାଲି ଯାଇଛି
ମାୟା ବୁଦ୍ଧିତାଲା ଯେବେ ... ପକାଇଣ
ଦେଉଛି ହୋ..
ସ୍ନେହର ହାତରେ ବାବା ସେ ତାଲାକୁ ଖୋଲୁଛି
ବାବା ସ୍ନେହ ତାଙ୍କ ପାଇଁ ସଦା ରହୁଛି..।୩।