#ବୈଷ୍ଣବ କବି ଗୌରଚରଣଙ୍କ ଜୟନ୍ତୀ//ମୁଖ୍ୟ ବକ୍ତା ପ୍ରଫେସର ଡ଼ ପ୍ରେମାନନ୍ଦ ମହାପାତ୍ର||ରାଧାଷ୍ଟମୀ ୨୦୨୬.
ସମ୍ବାଦ ସାହିତ୍ୟ ଘର ବେଗୁନିଆ.
0:00 / 0:00
#ବୈଷ୍ଣବ କବି ଗୌରଚରଣଙ୍କ ଜୟନ୍ତୀ//ମୁଖ୍ୟ ବକ୍ତା ପ୍ରଫେସର ଡ଼ ପ୍ରେମାନନ୍ଦ ମହାପାତ୍ର||ରାଧାଷ୍ଟମୀ ୨୦୨୬.
123 просмотра · 2 нед. назад
ସମ୍ବାଦ ସାହିତ୍ୟ ଘର ବେଗୁନିଆ.
181 подписчик
123 просмотра · 2 нед. назад
#ବୈଷ୍ଣବ କବି ଗୌରଚରଣଙ୍କ ଜୟନ୍ତୀ//ମୁଖ୍ୟ ବକ୍ତା ପ୍ରଫେସର ଡ଼ ପ୍ରେମାନନ୍ଦ ମହାପାତ୍ର||ରାଧାଷ୍ଟମୀ ୨୦୨୬.
#ଗୌରଚରଣ ଜୟନ୍ତୀ.
#ପବିତ୍ର ରାଧାଷ୍ଟମୀ, ୨୦୨୬.
#ମୁଖ୍ୟ ବକ୍ତା ପ୍ରଫେସର ପ୍ରେମାନନ୍ଦ ମହାପାତ୍ର
#ସୌଜନ୍ୟ-ଆଦର୍ଶ କ୍ଳବ୍ ଓ ଓଡିଶା ସାହିତ୍ୟ ଏକାଡେମୀ.
please like👍and subscribe 🛎️our YouTube channel :-👇👇
/ @satyabratapanigrahi2471 .
ଭକ୍ତକବି ଦ୍ଵିଜ ଗୌରଚରଣଙ୍କ ଜନ୍ମୋତ୍ସବ
ଓଡିଆ ପଦାବଳୀ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି ଗୌରଚରଣ
ବେଗୁନିଆ, ୧୯ /୯/୨୦୨୬: ସ୍ଥାନୀୟ " ଆଦର୍ଶ କ୍ଲବ " ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ବେଗୁନିଆ ବ୍ଲକର ଲେହେଙ୍ଗ ଗ୍ରାମରେ ଜନ୍ମିତ ଭକ୍ତକବି ଦ୍ଵିଜ ଗୌରଚରଣଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି. ଶନିବାର ପବିତ୍ର ରାଧାଷ୍ଟମୀ ତିଥିରେ ନୂଆସାହି ଶ୍ରୀଜଗନ୍ନାଥ ମନ୍ଦିର ସଂଲଗ୍ନ ଆମ୍ର କାନନରେ ଆୟୋଜିତ " କବି ଗୌରଚରଣଙ୍କ ଗୀତି କବିତାରେ ଶ୍ରୀଜଗନ୍ନାଥ " ଶୀର୍ଷକ ଆଲୋଚନା ଚକ୍ରରେ ଅନୁଷ୍ଠାନର ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର ପୌରୋହିତ୍ୟ କରିଥିଲେ. ପଣ୍ଡିତ ବିନୋଦ ଦାସଙ୍କ ବେଦପାଠ ଓ ଗାୟକ ବସନ୍ତ କୁମାର ଦାସ ମଙ୍ଗଳା ଚରଣ ପାଠ କରିବା ପରେ କବିଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା. କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ. ଶ୍ରୀ ପାଣିଗ୍ରାହୀଙ୍କ ରଚନା ଓ ସ୍ୱର ସଂଯୋଜନାରେ ଛାତ୍ରୀ ସୁଶ୍ରୀ ସଙ୍ଗୀତା ଓ ଲିପ୍ସାରାଣୀ ଆବାହନୀ ସଙ୍ଗୀତ ଗାନ କରିଥିଲେ. ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ଓ ପୌରୁଷର ସମ୍ପାଦକ ଅସିତ ମହାନ୍ତି ମୁଖ୍ୟ ଅତିଥି, ସୁସାହିତ୍ୟିକ ତଥା ବି. ଜେ. ବି. ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ଡ. ପ୍ରେମାନନ୍ଦ ମହାପାତ୍ର ମୁଖ୍ୟ ବକ୍ତା ଓ ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ଡ. ହରିପ୍ରସାଦ ଦାସ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ. କବି ଗୌରଚରଙ୍କ ପଦାବଳୀ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ. ଅତିଥିମାନଙ୍କୁ ଉତ୍ତରୀୟ ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା. ସଭାରେ କବୟିତ୍ରୀ ମାନସୀ ଦାସ, ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର, ପ୍ରାଧ୍ୟାପକ ଡ. ଅଖିଳେଶ ପ୍ରସାଦ ପଣ୍ଡା, ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସୁବୁଦ୍ଧି, ଅଧ୍ୟାପକ ରଙ୍କନିଧି ବଳିୟାରସିଂହ, କବିକେତନ ଗୌରଚରଣ ସାମନ୍ତସିଂହାର, ଶିକ୍ଷକ ଅକ୍ଷୟ କୁମାର ମହାପାତ୍ର, ନୀଳମଣି ପ୍ରଧାନ , ଇଂ କେଦାର କିଶୋର ବଳିୟାରସିଂହ, ଶିକ୍ଷାବିତ ହରିବନ୍ଧୁ ପଣ୍ଡା, ବ୍ରଜବନ୍ଧୁ ପଣ୍ଡା, କୈଳାସ ନାଥ ସୁବୁଦ୍ଧି, ତ୍ରିଲୋଚନ ଗଡ଼ବାଡ଼, କୈଳାସ ନାଥ ପଟ୍ଟନାୟକ, ଅଶ୍ବିନୀ କୁମାର ପଟ୍ଟନାୟକ, ପ୍ରଧାନ ଶିକ୍ଷକ ଦିବାକର ସାହୁ, ବିଜୟ କୁମାର ପ୍ରଧାନ, ଶିକ୍ଷାବିତ ଭାଗିରଥି ପରିଡା, ଭାଗବତ ମହାପାତ୍ର, ଓ ବଂଶୀଧର ଦଳେଇଙ୍କ ସମେତ ଶତାଧିକ ସାହିତ୍ୟାନୁରାଗୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ. ଗାୟକ ହରିହର ମହାପାତ୍ର ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ଉପ ସଭାପତି ମହେଫୁଜ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ.
#ଗୌରଚରଣ ଜୟନ୍ତୀ, ୨୦୨୬
#ପବିତ୍ର ରାଧାଷ୍ଟମୀ
#ମୁଖ୍ୟ ବକ୍ତାଙ୍କ ବକ୍ତବ୍ୟ
#ସୌଜନ୍ୟ-ଆଦର୍ଶ କ୍ଳବ୍ ଓ ଓଡିଶା ସାହିତ୍ୟ ଏକାଡେମୀ
please like👍and subscribe 🛎️our YouTube channel :-👇👇
/ @satyabratapanigrahi2471 .
please watch these videos 👇👇:-
#ଦ୍ଵିଜ ଗୌରଚରଣଙ୍କ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥିଙ୍କ ଅଭିଭାଷଣ :-
• #ବେଗୁନିଆରେ ଦ୍ଵିଜ ଗୌରାଚରଣଙ୍କ ଜୟନ୍ତୀ//ମୁଖ୍ୟ ... .
#ଦ୍ଵିଜ ଗୌରଚରଣଙ୍କ ଜୟନ୍ତୀ ଅବସରରେ ଛାତ୍ରୀ ମାନଙ୍କ ସ୍ୱାଗତ ସଂଗୀତ :-
• #ପବିତ୍ର ରାଧାଷ୍ଟମୀରେ ଦ୍ଵିଜ ଗୌରଚରଣଙ୍କ ଜୟନ୍ତୀ... .
#ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ସଚେତନତାଧର୍ମୀ ସଂଗୀତ :-
• #Biswa Aids Dibas//December 01||Awareness ...
#ସାହିତ୍ୟ ଘର ସାରସ୍ୱତ ଆସର "ସାରଳା ମହାଭାରତର ସ୍ୱତନ୍ତ୍ରତା". ମୁଖ୍ୟ ଅତିଥି - ଇଂ ପ୍ରଭାକର ସ୍ୱାଇଁ :-
• #ସାହିତ୍ୟ ଘର ସାରସ୍ୱତ ଆସର||ଶାରଳା ମହାଭାରତର ସ୍...
#ସାହିତ୍ୟ ଘର ସାରସ୍ୱତ ଆସରରେ ଆବାହନୀ ଓ ଉଦଯାପନୀ ସଂଗୀତ. ବିଷୟ-ସାମାଜିକ ଦାୟିତ୍ୱବୋଧ ଓ ଭାରତୀୟ ନାଗରିକ:-
• #ସମ୍ବାଦ ସାହିତ୍ୟ ଘର ସାରସ୍ୱତ ଆସର||ସାମାଜିକ ଦା...
#ବେଗୁନିଆରେ ସହିଦ ଦିବସ. ଡ଼ ବାସନ୍ତୀ ମହାନ୍ତିଙ୍କ ଅଭିଭାଷଣ. ଭାଗ-୧ମ:-
• #Martyrs' Day,January 30||Dr. Basanti Moha...
Thankyou 🙏for watching our YouTube videos 💐💐.