Nara Rupare Jisu Sishu Beshare ||ନର ରୂପରେ ଯୀଶୁ ଶିଶୁ ବେଶରେ |New Odia Christmas Song| Singer-Tejaswini
Stiphenson music
0:00 / 0:00
Nara Rupare Jisu Sishu Beshare ||ନର ରୂପରେ ଯୀଶୁ ଶିଶୁ ବେଶରେ |New Odia Christmas Song| Singer-Tejaswini
69 012 просмотров · 9 месяцев назад
Stiphenson music
10,2 тыс. подписчиков
69 012 просмотров · 9 месяцев назад
Nara Rupare Jisu Sishu Beshare || ନର ରୂପରେ ଯୀଶୁ ଶିଶୁ ବେଶରେ || New Odia Christmas Song || Singer-Tejaswini Naika
Singer - Miss. Tejaswini Naika
Lyrics and Music - Sobulan Bhuyan
Music Arrangement - Bapi Samal
Producer - Stiphenson Bhuyan
Voice Record - Style Studio Nuagada
Mix and Mastering - Kumar Mantu
Banner - Stiphenson Music
Poster - Parsuram Sagaria
Full Lyrics :-
___________
ନର ରୂପରେ ଯୀଶୁ ଶିଶୁ ବେଶରେ
ଜନ୍ମ ନେଇଛନ୍ତି ମେରୀଙ୍କ କୋଳରେ
ବେଥଲିହିମେ କ୍ଷୁଦ୍ର ଗୁହାଳ ଘରେ
ମାନବର ମୁକ୍ତି ଦେବା କାରଣରେ
କେତେ ଆନନ୍ଦ ଦେଖ ଏ ପୃଥିବୀରେ
କଂପଇ ଧରା ଜୟ ଗାନ ଧ୍ୱନିରେ
ସେ ଶାନ୍ତି ରାଜା ସର୍ବେ କରିବା ପୂଜା (0)
ପୂର୍ବ ଦେଶୁ ପଣ୍ଡିତମାନେ ଆସିଲେ
ମା' ମେରୀଙ୍କ ସଙ୍ଗେ ଯୀଶୁଙ୍କୁ ଦେଖିଲେ
ଶିଶୁ ଯୀଶୁଙ୍କୁ ଭୂମିଷ୍ଠ ପ୍ରଣମିଲେ
ମହାନନ୍ଦେ ତାଙ୍କ ଆରାଧନା କଲେ
ସୁନା, କୁନ୍ଦୁରୁ, ଗନ୍ଧରସ ଆଣିଲେ
ଶିଶୁ ଯୀଶୁ ରାଜାଙ୍କୁ ଦର୍ଶନୀ ଦେଲେ
ନିଜ ଦେଶକୁ ସେମାନେ ଚାଲି ଗଲେ (1)
ଆଜି ବଡ଼ ଦିନ ତାଙ୍କ ଜନ୍ମ ଦିନ
କରିବା ପାଳନ ହୋଇ ଏକ ମନ
ତ୍ରାଣକର୍ତ୍ତାଙ୍କ ନାମେ ଗୀତ ଗାଇବା
ଆନନ୍ଦ ମନରେ ସରବେ ନାଚିବା
ଭକ୍ତି ହୃଦୟେ ଚରଣେ ପ୍ରଣମିବା
ପ୍ରଶଂସା ଭେଟି ଖ୍ରୀଷ୍ଟ ପ୍ରଭୁଙ୍କୁ ଦେବା
ଆଶିଷ ପାଇ ଆମେ ବାହୁଡ଼ି ଯିବା (2)
ଆଶାକରୁଛି କି, ଏହି ଭକ୍ତି ସଂଗୀତ ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ.. ଓ ସଭିଙ୍କ ଆତ୍ମିକ ଜୀବନକୁ ଗଢ଼ିତୋଳିବାରେ ସହାୟକ ହେବ....
ଗୀତଟିକୁ Like, comments ଏବଂ share କରନ୍ତୁ.. ଏବଂ channel କୁ subscribe କରିବାକୁ ଭୁଲନ୍ତୁ ନାହିଁ
ଧନ୍ୟବାଦ ।
#nararuparejisusishubesharenewchriatmassong
#stiphensonmusic