ରୁଙ୍ଗଟା କମ୍ପାନୀକୁ ବିରୋଧ କରି ରାଇରଙ୍ଗପୁର ରେ ଗର୍ଜିଲେ ହଜାରେ ରୁ ଉର୍ଦ୍ଧ୍ବ ଆଦିବାସୀ, କଲେ ବିକ୍ଷୋଭ ପ୍ରଦର୍ଶନ
Mayurbhanj FastFacts Express
0:00 / 0:00
ରୁଙ୍ଗଟା କମ୍ପାନୀକୁ ବିରୋଧ କରି ରାଇରଙ୍ଗପୁର ରେ ଗର୍ଜିଲେ ହଜାରେ ରୁ ଉର୍ଦ୍ଧ୍ବ ଆଦିବାସୀ, କଲେ ବିକ୍ଷୋଭ ପ୍ରଦର୍ଶନ
3 979 просмотров · 1 год назад
Mayurbhanj FastFacts Express
516 подписчиков
3 979 просмотров · 1 год назад
ମୟୂରଭଞ୍ଜ : ରୁଙ୍ଗଟା ମେଟାଲସ୍ କମ୍ପାନୀ ପ୍ରତିଷ୍ଠା ବିରୋଧରେ ଆସେକା ଓ ସ୍ଥାନୀୟ ଗ୍ରାମବାସୀ ଙ୍କ ପକ୍ଷରୁ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଦାଣ୍ଡବୋଷ ଗ୍ରାମରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ ଓ ଧନୁତୀର ଧରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ ଶତାଧିକ ଆଦବାସୀ ମହିଳା ଓ ପୁରୁଷ। ସେଠାରେ ରୁଙ୍ଗଟା କମ୍ପାନୀ ବିରୁଦ୍ଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଥିଲେ। କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ଗ୍ରାମବାସୀଙ୍କୁ ଡରାଇ ଗ୍ରାମସଭାରେ ଦସ୍ତଖତ କରିବା ପାଇଁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ। ଗ୍ରାମବାସୀଙ୍କ ପ୍ରତି ଏଭଳି ଅନ୍ୟାୟକୁ ବିରୋଧ କରିବା ସହ କମ୍ପାନୀ ପ୍ରତିଷ୍ଠାକୁ ସମ୍ପୂର୍ଣ୍ଣ ଭାବେ ମନା କରିଛି ଆଦିବାସୀ ସଂଗଠନ। ଆଗାମୀ ଦିନରେ ଗ୍ରାମବାସୀଙ୍କ ଦାବିକୁ ପ୍ରଶାସନ ଅଣଦେଖା କଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆଦିବାସୀ ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି।