Перейти к содержимому

ପାଳିତ ହେଲା ପିପିଲି ସତସଙ୍ଗ ବିହାରର ୨ୟ ଉଦବୋଧନ ସ୍ମୃତି ମହୋତ୍ସବ #pipili, #satsang, #odia @satsangdeoghar‬

Saswat Television & Entertainment

0:00 / 0:00

ପାଳିତ ହେଲା ପିପିଲି ସତସଙ୍ଗ ବିହାରର ୨ୟ ଉଦବୋଧନ ସ୍ମୃତି ମହୋତ୍ସବ #pipili, #satsang, #odia @satsangdeoghar‬

6 664 просмотра · 1 г. назад
Saswat Television & Entertainment
3,53 тыс. подписчиков
6 664 просмотра · 1 г. назад
#Sakhigopal, #SaswatTV, #SaswatTelevision, #Satyabadi , #Puri, #pipili, #satsang ତା ୨୩/୧/୨୦୨୫ (ପିପିଲି): ପିପିଲି ସତସଙ୍ଗ ବିହାର ଆନୁକୁଲ୍ୟରେ, ଆଞ୍ଚଳିକ ସତସଙ୍ଗୀ ଓ କର୍ମୀମାନଙ୍କ ସହାୟତାରେ ପାଳିତ ହୋଇଯାଇଛି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ ତମ ଜନ୍ମ ମହୋତ୍ସବ, ତଥା ପିପିଲି ସତସଙ୍ଗ ବିହାରର ୨ୟ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ। ପ୍ରାତଃ ସମୟରେ ଉଷା କୀର୍ତ୍ତନ ପରେ ପରେ ଉଷା ବିନତୀ ପ୍ରାର୍ଥନା କରାଯାଇଥିଲା। ତତ୍ପରେ ଶ୍ରୀ ଶ୍ରୀ ଠାକୁରଙ୍କର ଶୋଭାଯାତ୍ରା ସହ ନଗର ପରିକ୍ରମା ହୋଇଥିଲା। ସତସଙ୍ଗ ବିହାର ଆନୁକୁଲ୍ୟରେ ସତସଙ୍ଗ ପୂର୍ବରୁ, ଯୁବ କଣ୍ଠ ଶିଳ୍ପୀଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା ଉଚ୍ଚ କୋଟିର ଭଜନାଞ୍ଜଳି କାର୍ଯ୍ୟକ୍ରମ। ଭଜନାଞ୍ଜଳି କାର୍ଯ୍ୟକ୍ରମ ପରେ ପରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ କୋଦମସିଂହଙ୍କ ପୌରହିତ୍ୟରେ ସତସଙ୍ଗ ଆୟୋଜିତ ହୋଇଥିଲା। ଏହି ସତସଙ୍ଗରେ ପ୍ରାୟ ୨୫୦୦ ଭକ୍ତଙ୍କ ସମାଗମ ହୋଇଥିଲା। ସତସଙ୍ଗରେ ବିନତୀ ପ୍ରାର୍ଥନା ପରେ ପରେ କର୍ମୀ ଶ୍ରୀ କମଳଲୋଚନ ବେହେରା ଙ୍କ ଦ୍ଵାରା ସତ୍ୟାନୁସରଣ ପାଠ କରାଯାଇଥିଲା। ଏହାପରେ ସତସଙ୍ଗରେ ଭକ୍ତମାନେ ଭଜନ, କୋରସ ତଥା କୀର୍ତ୍ତନ ରେ ବିଭୋର ହୋଇପଡ଼ିଥିଲେ। ଭକ୍ତମାନଙ୍କ ମଧ୍ୟରେ ସତସଙ୍ଗ ପ୍ରତି ଏକ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ତତ୍ପରେ ସହପ୍ରତି ଋତ୍ୱିକ୍ ବ୍ରଜବନ୍ଧୁ ସ୍ଵାଇଁ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହାପରେ ମୁଖ୍ୟ ବକ୍ତା ରୁପେ ସହପ୍ରତି ଋତ୍ୱିକ୍ କୁମୁଦ ଚନ୍ଦ୍ର ପ୍ରଧାନ ସଦାଲୋଚନା କରିଥିଲେ। ସର୍ବ ଶେଷରେ ସହପ୍ରତି ଋତ୍ୱିକ୍ ବୈରାଗୀ ଚରଣ ସାହୁ ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ କୁ ଗୀତିବାଣୀ ରୂପରେ ରଚନା କରିଥିଲେ। ସତସଙ୍ଗ ପରେ ପରେ ଭକ୍ତମାନେ ଆନନ୍ଦବଜାର ରେ ପ୍ରସାଦ ସେବନ କରି ଶ୍ରୀ ଶ୍ରୀ ଠାକୁର ଙ୍କର ଭାବଧାରା କୁ ସାଙ୍ଗରେ ନେଇ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସନ୍ଧ୍ୟା ସମୟରେ ସନ୍ଧ୍ୟା ବିନତି ପରେ ପରେ ଗ୍ରନ୍ଥ ପାଠ, କୀର୍ତ୍ତନ, ଏବଂ ହରିନାମ ସଂକୀର୍ତ୍ତନରେ ସତସଙ୍ଗ କେନ୍ଦ୍ରର ପରିବେଶ ମୁଖରିତ ହୋଇଉଠିଥିଲା । ଏହି ମହୋତ୍ସବରେ ପିପିଲି ସତସଙ୍ଗ କେନ୍ଦ୍ରର କର୍ମୀ ସର୍ବଶ୍ରୀ ଗଙ୍ଗାଧର ନନ୍ଦ, ଲିଙ୍ଗରାଜ ପ୍ରଧାନ, ହିମାଂଶୁ ସ୍ଵାଇଁ, ବାସୁଦେବ ସାହୁ, କ୍ଷେତ୍ରମୋହନ ବରାଳ, ସନ୍ତୋଷ କୁମାର ଦାସ, ବିଜୟ କୁମାର କୋଦମାସିଂ, ସୁବାଶ ଚନ୍ଦ୍ର ଖୁଣ୍ଟିଆ, ପ୍ରମୋଦ ସ୍ଵାଇଁ, ପ୍ରଭାକର ବେହେରା, ସହଯୋଗ କରିଥିଲେ। ---------------------------------------------------------------------------------------------------------------------- Welcome to Saswat Television & Entertainment, your ultimate destination for news and entertainment on YouTube! Dive into a world of captivating content that keeps you informed and entertained. From breaking news updates to engaging entertainment segments, we deliver a diverse range of programming to suit every viewer's interests. Stay tuned for thought-provoking discussions, insightful analyses, and exciting entertainment features. Subscribe now and join us on our journey to inform, inspire, and entertain!