Перейти к содержимому

କୋହରେ ହ୍ୟୁମାନ ସାଗରଙ୍କ ମା, ବର୍ଷେ ପୂରିବ ମିଳିନି ଏଯାଏଁ ନ୍ୟାୟ! Humane Sagar Memorial award, Balangir.

Pratidin TV

0:00 / 0:00

କୋହରେ ହ୍ୟୁମାନ ସାଗରଙ୍କ ମା, ବର୍ଷେ ପୂରିବ ମିଳିନି ଏଯାଏଁ ନ୍ୟାୟ! Humane Sagar Memorial award, Balangir.

1 552 просмотра · 5 ч назад
Pratidin TV
1,77 млн подписчиков
1 552 просмотра · 5 ч назад
କୋହରେ ହ୍ୟୁମାନ ସାଗରଙ୍କ ମା, ବର୍ଷେ ପୂରିବ ମିଳିନି ଏଯାଏଁ ନ୍ୟାୟ! ସାରା ରାଜ୍ୟ ର କୋଟି କୋଟି ସଂଗୀତ ପ୍ରେମୀ ଙ୍କ ହୃଦୟରେ ଏକଦା ରାଜତ୍ୱ କରୁଥିବା ପ୍ରଖ୍ୟାତ କଣ୍ଠ ଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗର ଙ୍କ ଦେହାନ୍ତ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଛି l ହେଲେ ଆଜି ବି ଯିଏ ଥରଟିଏ ହ୍ୟୁମାନ ଙ୍କ ଗୀତ ଶୁଣୁଛି ସିଏ ମୁଗ୍ଧ ହୋଇ ଯାଉଛି l ସ୍ବର୍ଗତ ହ୍ୟୁମାନ ସାଗର ଙ୍କ ମତୁଆଲା କଣ୍ଠ ରେ ଦିନେ ଝୁମୁ ଥିଲା ସାରା ରାଜ୍ୟ l ହେଲେ ଗତ ନଭେମ୍ବର ମାସ ୧୭ ତାରିଖ ୨୦୨୫ ମସିହା ରେ ଓଡିଶା ମାଟି ତଥା ଓଡ଼ିଆ ସିନେଜଗତ କୁ ଲାଗିଥିଲା ଏକ ବଡ଼ ଝଟକା l କାରଣ ହ୍ୟୁମାନ ସାଗର ଆର ପାରି କୁ ଚାଲିଯାଇଥିଲେ l ତାଙ୍କ ଦେହାନ୍ତ ର ଏକ ବର୍ଷ ପୂର୍ତ୍ତି ଅବସରରେ ଟିଟିଲାଗଡ଼ ସହରରେ ଏକ ଗଭୀର ଶ୍ରଦ୍ଧାଞ୍ଜଳି ସଭା ସହିତ ହ୍ୟୁମାନ ସାଗର ସ୍ମୃତି ସମ୍ମାନ ପ୍ରଦାନ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଟିଟିଲାଗଡ଼ କଳାକାର ଏକତା ମଞ୍ଚ ସୂଚନା ଦେଇଛି l ସ୍ବର୍ଗତ ହ୍ୟୁମାନ ସାଗର ଙ୍କ ସ୍ମୃତି ରେ ଏଟ୍ରିବ୍ୟୁଟି ଟୁ ମ୍ୟୁଜିକାଲ ନାଇଟ ନାମରେ ସଂଗୀତ କାର୍ଯ୍ୟକ୍ରମ ହେବା ସହିତ ହ୍ୟୁମାନ କୁ ଭଲ ପାଉଥିବା, ତଥା ତାଙ୍କ ସମର୍ଥକ, ପ୍ରଶଂସକ ମାନେ ଯୋଗ ଦେବା ନେଇ ସୂଚନା ଦିଆଯାଇଛି l ଟିଟିଲାଗଡ଼ ସହର ସ୍ଥିତ ହୋଟେଲ ୟଶ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କଳାକାର ରାଜେଶ ପ୍ରଧାନ, ପଶ୍ଚିମ ଓଡିଶା ର ଲୋକପ୍ରିୟ କଣ୍ଠଶିଳ୍ପୀ ରୁକୁ ସୁନା, ଗଗନ ବାଗ, ସ୍ବର୍ଗତ ହ୍ୟୁମାନ ସାଗର ଙ୍କ ମା ଶେଫାଳି ସୁନା ପ୍ରମୁଖ ସାମିଲ ଥିଲେ l ଆସନ୍ତା ନଭେମ୍ବର ୧୬ ତାରିଖ ଦିନ ଟିଟିଲାଗଡ଼ ଚର୍ଚ୍ଚ ରୁ ଏକ ବିଶାଳ କେଣ୍ଡିଲ୍ ଶୋଭାଯାତ୍ରା ରେ ଦିବ୍ୟଙ୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ଏବଂ ୧୭ ତାରିଖ ସଂଧ୍ୟାରେ ହ୍ୟୁମାନ ସାଗର ସ୍ମୃତି ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହେବ l ଏହି କାର୍ଯ୍ୟକ୍ରମ ରେ ସାରା ରାଜ୍ୟ ରୁ ଅନେକ କଳାକାର, ଚଳଚିତ୍ର ନିର୍ଦେଶକ, ଗୀତିକାର, ପ୍ରୟୋଜକ ସମେତ ବହୁ ମାତ୍ରା ରେ ପ୍ରଶଂସକ ଯୋଗ ଦେବେ ବୋଲି ଆୟୋଜକ ସୂଚନା ଦେଇଛନ୍ତି ।Humane Sagar Memorial award, Balangir. #HumaneSagar #HumaneSagarMemorial #HumaneSammanBalangir #HumaneSagarAwards #RIPHumaneSagar #HumaneSagarForever Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha