ହୋ' ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବିଚତୁର୍ଥ ଦିନରେ ପହଞ୍ଚିଲା ଆମରଣ ଅନଶନଅନଶନରେ ଯୋଗଦେଲେ ନାରୀନେତ୍ରୀ
DISOM KHABAR
0:00 / 0:00
ହୋ' ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବିଚତୁର୍ଥ ଦିନରେ ପହଞ୍ଚିଲା ଆମରଣ ଅନଶନଅନଶନରେ ଯୋଗଦେଲେ ନାରୀନେତ୍ରୀ
87 просмотров · 2 недели назад
DISOM KHABAR
70 подписчиков
87 просмотров · 2 недели назад
ହୋ' ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି
ଚତୁର୍ଥ ଦିନରେ ପହଞ୍ଚିଲା ଆମରଣ ଅନଶନ
ଅନଶନରେ ଯୋଗଦେଲେ ନାରୀନେତ୍ରୀ ଶ୍ରୀମତୀ କାଈରୀ କଳାଃ
ବାରିପଦା, ୨୯/୦୮/୨୦୨୬:
ହୋ' ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ସହିତ ଓଡ଼ିଶାରେ ଏହାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ପ୍ରଦାନ କରିବା ଦାବିରେ “ବୀର ବିର୍ସା ମୁଣ୍ଡା କମିଟି” ପକ୍ଷରୁ ଆରମ୍ଭ ହୋଇଥିବା ଆମରଣ ଅନଶନ ଶନିବାର ଚତୁର୍ଥ ଦିନରେ ପହଞ୍ଚିଛି।
ମୟୂରଭଞ୍ଜ ଜିଲ୍ଲାର ତିରିଂରୁ ପଦଯାତ୍ରାରେ ଆସିଥିବା କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିବା ସହିତ ଦାବି ସମ୍ପର୍କରେ ଆଲୋଚନା କରିବା ପାଇଁ ଦୃଢ଼ ଦାବି ରଖିଛନ୍ତି।
ଏହି ଆନ୍ଦୋଳନରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ଅସ୍ତକୁମାର ଗ୍ରାମ ପଞ୍ଚାୟତର ସରପଞ୍ଚ କୁମାରୀ ପ୍ୟାରୀ ଟୁଟୀ (Pyari Tuti) ଯୋଗଦେଇ ଆନ୍ଦୋଳନକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ହୋ' ଭାଷାକୁ ଏପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରାଯାଇନଥିବା ଦୁର୍ଭାଗ୍ୟଜନକ ବୋଲି ସେ ମତ ପ୍ରକାଶ କରିଥିଲେ।
ସେହିପରି, ଏହି ଆନ୍ଦୋଳନରେ ବିଶିଷ୍ଟ ହୋ' କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ସ୍ୱର୍ଣ୍ଣଲତା ସିଂ ମଧ୍ୟ ଯୋଗଦେଇ ହୋ' ସଙ୍ଗୀତ ପରିବେଷଣ କରିଥିଲେ।
ଚତୁର୍ଥ ଦିନରେ ନାରୀନେତ୍ରୀ ଶ୍ରୀମତୀ କାଈରୀ କଳାଃ ମଧ୍ୟ ଆମରଣ ଅନଶନରେ ଯୋଗଦେଇ ହୋ' ଭାଷାର ସାମ୍ବିଧାନିକ ମାନ୍ୟତା ଦାବିକୁ ସମର୍ଥନ ଜଣାଇଛନ୍ତି। ହୋ' ଭାଷାର ସୁରକ୍ଷା, ପ୍ରସାର ଓ ସାମ୍ବିଧାନିକ ଅଧିକାର ପାଇଁ ଏହି ଆନ୍ଦୋଳନକୁ ଆହୁରି ଦୃଢ଼ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି କମିଟିର ସଭାପତି ଘନଶ୍ୟାମ ପିଙ୍ଗୁଆ ସୂଚନା ଦେଇଛନ୍ତି।
ଏହି ଅନଶନରେ ଡଃ. ବିକ୍ରମ ବିରୁଲି, ଗାମାଏ ରୀମିଲ ସିଂ ଗୋଇପାଈ, ସୁକୁଲାଲ ପାଳିଆ, କୃଷ୍ଣଚନ୍ଦ୍ର କାରଆ, ଚନ୍ଦ୍ରମୋହନ ପିଙ୍ଗୁଆ, ସଂଜୟ ହେମ୍ବ୍ରମ, ତୁରୀରାମ ବିରୁଆ , ଜଟିଆ ସାଉୟାଁ ଏବଂ ରାମେଶ୍ୱର କଣ୍ଡାଂକେଲ ପ୍ରମୁଖ ସାମିଲ ହୋଇଛନ୍ତି।