Перейти к содержимому

10 September 2026

Annapurna literature

0:00 / 0:00

10 September 2026

645 просмотров · 2 недели назад
Annapurna literature
116 подписчиков
645 просмотров · 2 недели назад
ବୋଉ .... ବୋଉ... ଆଖି ପତା ତଳେ ଅନ୍ଧାର ଆସିଲେ ଆଜି ବି ମାଡଇ ଡର ବୋଉର ପଣତ ଉଷୁମ ପରଶ ମନେ ପଡେ ବାର ବାର ଆଜି ବି ମାଡଇ ଡର ଆଜି ବି ଏକାକୀ ବାଟ ଚାଲୁ ଚାଲୁ ଖସି ମୁଁ ପଡଇ ଯେବେ, ଧୂଳିରୁ ସାଉଁଟି କୋଳକୁ ନେବାକୁ ବୋଉ ଆସେ କେବେ କେବେ ବୟସର ଭାରେ ଥକି ପଡେ ନାହିଁ ପାଦ ଦୁଇ ମୋ ବୋଉର ଆଖି ପତା ତଳେ ଅନ୍ଧାର ଆସିଲେ ଆଜି ବି ମାଡଇ ଡର ଆଜି ବି ଆଖିକୁ ନିଦ ନ ଆସିଲେ ମନେ ପଡେ ବୋଉ ମୁହଁ, ମିଠା ମିଠା ତାର ନାନାବାୟା ଗୀତ ଧୋ ରେ ବାଇଆ ଧୋ ବୋଉ ନିଜେ ପରା ଅସରା ଗୀତର ଅଭୁଲା ଗୋଟିଏ ସୁର ଆଖି ପତା ତଳେ ଅନ୍ଧାର ଆସିଲେ ଆଜି ବି ମାଡଇ ଡର ବୋଉ ଡାକ ଗୋଟେ ମିଠା ଶିହରଣ ଅଦିନେ କୋଇଲି କୁହୁ ବୋଉ ବି ପାଲଟେ କୁନି ଝିଅଟିଏ ମୁଁ ପାଲଟେ ତାର ବୋଉ, ବଉଳ ଫୁଲର ବାସ ପରି ବୋଉ ଚହଟଇ ମନେ ମୋର ଆଖି ପତା ତଳେ ଅନ୍ଧାର ଆସିଲେ ଆଜି ବି ମାଡଇ ଡର ବୋଉ... ବୋଉ ମୋ..... ବୋଉ