He premamaya mangalamaya Odia Christian Song ହେ ପ୍ରେମମୟ ମଙ୍ଗଳମୟ
SK Music
0:00 / 0:00
He premamaya mangalamaya Odia Christian Song ହେ ପ୍ରେମମୟ ମଙ୍ଗଳମୟ
1 668 просмотров · 2 месяца назад
SK Music
8,65 тыс. подписчиков
1 668 просмотров · 2 месяца назад
He premamaya mangalamaya Odia Christian song ହେ ପ୍ରେମମୟ ମଙ୍ଗଳମୟ
Lyrics - Kalli Charan Montry
Voice - AI Generated
Full Song lyrics :
ହେ ପ୍ରେମମୟ ମଙ୍ଗଳମୟ
ସ୍ୱର୍ଗୀୟ ସନାତନ ପିତା ପରମେଶ୍ୱର
ତୁମେ ଆଦି ତୁମେ ଅନ୍ତ, ଯେ ଅଛ ସେ ଅଛ
ସକଳ ସୃଷ୍ଟିର ତୁମେ ଅଧୀଶ୍ୱର।
ଦୟାର ସାଗର ମହିମା ଗୌରବ
ତୁମରି ଯୁଗଯୁଗାନ୍ତର
ସଦୟେ ପାପ କ୍ଷମାକର ଆମର....
୧/
ସାରା ମହୀମଣ୍ଡଳେ ଦୀପ୍ତ ସୂର୍ଯ୍ୟ ତଳେ
ଅଛନ୍ତି ଯେତେ ଚରାଚର
ପ୍ରଭାତୁ ନିଶିବ୍ୟାପୀ ପ୍ରତିଟି କ୍ଷଣରେ
ଜୟଗାନ କରନ୍ତି ତୁମର।
ହେ ମହିମାମୟ ତ୍ରୈକେଶ୍ୱର
ରହସ୍ୟମୟ ତୁମ ଅବତାର
ଯାହାକୁ ଭେଦି ନ ପାରେ କ୍ଷୁଦ୍ର ନର।
ହେ ପ୍ରେମମୟ..........
୨/
ସଂସାରେ ଶ୍ରେଷ୍ଠ କରି ସୃଜିଲ ନରନାରୀ
ଆଦାମ ହବା ନାମ ଦେଲ
ଏଦନ ଉଦ୍ୟାନରେ ଅତୀବ ସୁନ୍ଦରେ
ଆଦି ପିତାମାତାଙ୍କୁ ସ୍ଥାପିଲ।
ସେଠି ଆସିଲା ଶୟତାନ ସେ ଯେ ବର୍ବର,
ମାୟାରୂପ ଧାରଣ କରି ସର୍ପର,
ମନାଫଳ ଭୁଞ୍ଜାଇଲା ଉଦ୍ୟାନର।
ହେ ପ୍ରେମମୟ........