Перейти к содержимому

Swami Saved Me From Death Many Times | Journey of Shri Rashmi Ranjan Ray with Sri Sathya Sai.

Prasanthi Express

0:00 / 0:00

Swami Saved Me From Death Many Times | Journey of Shri Rashmi Ranjan Ray with Sri Sathya Sai.

4 092 просмотра · 4 дн. назад
Prasanthi Express
4,28 тыс. подписчиков
4 092 просмотра · 4 дн. назад
ସପ୍ରେମ ସାଇରାମ 🙏🏻 ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶାର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ 'ପ୍ରଶାନ୍ତି ଏକ୍ସପ୍ରେସ୍'ର ୭୯ତମ ଅଧ୍ୟାୟକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ । ବାଳବିକାଶ କକ୍ଷରେ ଶିଶୁମାନଙ୍କ ହୃଦୟରେ ରୋପିତ ଭକ୍ତିର ବୀଜ କିପରି କାଳକ୍ରମେ ଏକ ସମ୍ପୂର୍ଣ୍ଣ ପରିବାରକୁ ସାଇମୟ କରିପାରେ, ତାହା ଏହି ଅଧ୍ୟାୟର ଆମନ୍ତ୍ରିତ ଅତିଥି ଶ୍ରୀ ରଶ୍ମି ରଞ୍ଜନ ରାୟଙ୍କ ଜୀବନଯାତ୍ରାରୁ ସ୍ପଷ୍ଟ ଅନୁଭବ ହୁଏ । ନିଜ ଧର୍ମପତ୍ନୀ, ଯିଏକି ଜଣେ ପ୍ରାକ୍ତନ ବାଳବିକାଶ ଛାତ୍ରୀ, ତାଙ୍କ ମାଧ୍ୟମରେ ସ୍ୱାମୀଙ୍କ ସାନ୍ନିଧ୍ୟ ଲାଭ କରିବାଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କ୍ରମେ ତାଙ୍କ ସମଗ୍ର ପରିବାରକୁ ଏକ ସାଇ ପରିବାରରେ ପରିଣତ କରିଥିଲା । ଜୀବନର ଘାତପ୍ରତିଘାତ ଓ ଅନେକ ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ଭଗବାନ କିପରି ତାଙ୍କ ପରିବାରର ଅଦୃଶ୍ୟ ରକ୍ଷାକବଚ ସାଜିଛନ୍ତି, ତାହାର ଅନେକ ଅନୁଭୂତି ସେ ଏହି ଅଧ୍ୟାୟରେ ବାଣ୍ଟିଛନ୍ତି । ଏହି ଅଧ୍ୟାୟରେ ସେ ବର୍ଣ୍ଣନା କରିଛନ୍ତି କିପରି ଶାରୀରିକ ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିବା ସମୟରେ ସେ ଜାଣିବାକୁ ପାଇଲେ ଯେ ଭଗବାନ ମଧ୍ୟ ସେଠାକୁ ଆସୁଛନ୍ତି । ଚିକିତ୍ସାଠାରୁ ସ୍ୱାମୀଙ୍କ ଦର୍ଶନ ତାଙ୍କ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଉଠିଲା । ପରିବାରର ବାରଣ ସତ୍ତ୍ୱେ ସେ କ୍ରମାଗତ ଭାବେ ପ୍ରତ୍ୟେକ ଦିନ ସ୍ୱାମୀଙ୍କ ଦର୍ଶନ ପାଇଁ ଧାଇଁ ଯାଉଥିଲେ । ଆଉ ସ୍ୱାମୀଙ୍କ ପ୍ରତ୍ୟାବର୍ତ୍ତନ ପରେ ଯେତେବେଳେ ତାଙ୍କର ମନେପଡ଼ିଲା ଯେ ସେ କେଉଁ ଉଦ୍ଦେଶ୍ୟରେ ଦିଲ୍ଲୀ ଆସିଥିଲେ, ସେତେବେଳେ ସେ ଅନୁଭବ କଲେ ଯେ ଦୀର୍ଘଦିନର ଶାରୀରିକ ଅସୁସ୍ଥତା ଆଉ ନାହିଁ । ବିନା ଔଷଧ ଓ ଚିକିତ୍ସାରେ କେବଳ ସ୍ୱାମୀଙ୍କ ଦିବ୍ୟ ଦର୍ଶନ ତାଙ୍କୁ ଯେଉଁ ଆରୋଗ୍ୟ ଓ ଆଶ୍ୱସ୍ତି ପ୍ରଦାନ କରିଥିଲା, ତାହା ତାଙ୍କ ଜୀବନର ଏକ ଅବିସ୍ମରଣୀୟ ଅନୁଭୂତି ହୋଇ ରହିଗଲା । "ସ୍ୱାମୀଙ୍କ ସହ ଆମେ ହିରୋ, ଆଉ ସ୍ୱାମୀଙ୍କ ବିନା ଆମେ ଜିରୋ!" ଏହି ଗଭୀର ମର୍ମବାଣୀ ଆମକୁ ସ୍ମରଣ କରାଏ ଯେ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଆମର ଏକମାତ୍ର ଆଶ୍ରୟ ହେଉଛନ୍ତି ଭଗବାନ। ସମସ୍ତ ଉତ୍ଥାନ-ପତନ ମଧ୍ୟରେ ତାଙ୍କ ହାତ ଧରି ରହିବା ପାଇଁ ଏବଂ ନିଜକୁ ତାଙ୍କ ଚରଣରେ ସମର୍ପି ଦେବା ପାଇଁ ଅଧ୍ୟାୟଟିକୁ ଦେଖନ୍ତୁ ଏବଂ ପରମ ପ୍ରଶାନ୍ତି ଲାଭ କରନ୍ତୁ । ଜୟ ସାଇରାମ Loving Sairam 🙏🏻 Welcome to the 79th episode of Prasanthi Express, one of the Official YouTube Channels of Sri Sathya Sai Seva Organisations, Odisha. A little seed of devotion, nurtured through Balvikas, can blossom into a transformation that touches an entire family. In this episode, our esteemed guest speaker, Shri Rashmi Ranjan Ray, shares his remarkable journey to Bhagawan Sri Sathya Sai Baba, which began through his wife, a former Balvikas student and gradually drew his entire family into the Sai fold. His experiences reveal how Bhagawan's unseen hands have guided and protected his family through life's most challenging moments. One of his particularly touching recollections takes us to Delhi, where his visit for medical consultation turned into an unforgettable experience of Bhagawan's Darshan. So captivated was he by the opportunity to see Swami that he set aside his medical appointment for days together. Upon Swami's departure, he realised that the physical discomfort which had brought him to Delhi had completely subsided - a beautiful testimony to the healing grace of Bhagawan's Darshan. "With Swami, you are Hero; without Swami, you are Zero!" Watch this episode to experience this simple yet profound message where Shri Rashmi Ranjan Ray reminds us to hold on to Bhagawan, come what may. For when we surrender ourselves completely to Him, we discover the strength to navigate through every twist and turn of our life's journey. Jai Sairam #SathyaSaiBaba #SathyaSai #SaiBaba #PrasanthiExpress #Puttaparthi #PrasanthiNilayam #SaiDevoteeExperience #JourneyWithSwami #RashmiRanjanRay #SaiMiracle #DeathMiracle #SwamiSavedMyLife #SaiBabaSaves #DivineProtection #SaiBabaMiracle #MiracleOfSaiBaba #SathyaSaiMiracle #SaiBabaSavesFromDeath #FaithInSai #SaiLeela Copyright Disclaimer : ----------------------------- Under section 107 of the Copyright Act of 1976, allowance is made for “fair use” for purposes such as criticism, comment, news reporting, teaching, scholarship, education and research.