ବିଧାୟକ ସରୋଜ ପାଢ଼ୀଙ୍କ ୨ ପୁଅ, ମତେ ଧକ୍କା ଦେଇ ତୁ ତା କଲେ ! Sarpanch Jayanti allegation MLA saroj padhi
Pratidin TV
0:00 / 0:00
ବିଧାୟକ ସରୋଜ ପାଢ଼ୀଙ୍କ ୨ ପୁଅ, ମତେ ଧକ୍କା ଦେଇ ତୁ ତା କଲେ ! Sarpanch Jayanti allegation MLA saroj padhi
5 510 просмотров · 18 ч назад
Pratidin TV
1,76 млн подписчиков
5 510 просмотров · 18 ч назад
ବିଧାୟକ ସରୋଜ ପାଢ଼ୀଙ୍କ ୨ ପୁଅ, ମତେ ଧକ୍କା ଦେଇ ତୁ ତା କଲେ ! ଆସ୍କା ସମିତି ବୈଠକରେ ହୋହଲ୍ଲା ଘଟଣା ବିଧାୟକଙ୍କ ଦୁଇ ପୁଅଙ୍କ ଉପସ୍ଥିତିକୁ ନେଇ ବିବାଦ, ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଅଭିଯୋଗ ବିଧାୟକଙ୍କ ଦୁଇ ପୁଅ ଙ୍କୁ ଗିରଫ ପାଇଁ ଦାବି ଆସ୍କା ବ୍ଲକ ସମିତି ବୈଠକକୁ ନେଇ ଦେଖାଦେଇଛି ତୀବ୍ର ବିବାଦ। ଦୀର୍ଘ ୧୬ରୁ ୧୭ ମାସ ପରେ ସମିତି ବୈଠକ ବସିଥିବା ବେଳେ ବୈଠକରେ ହୋହଲ୍ଲା ଓ ତୁମୁଳ ବିବାଦ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ହରିଡ଼ାପଦର ପଞ୍ଚାୟତର ମହିଳା ସରପଞ୍ଚ ଜୟନ୍ତୀ ବେହେରା ଅଭିଯୋଗ କରିଛନ୍ତି ଯେ, ସେ ପଞ୍ଚାୟତର ବିଭିନ୍ନ ସମସ୍ୟା ଓ ବକେୟା କାମ ସମ୍ପର୍କରେ ନିଜ ମତ ରଖୁଥିବା ସମୟରେ ବୈଠକରେ ଉପସ୍ଥିତ କିଛି ବ୍ୟକ୍ତି ତାଙ୍କ ସହ ଖରାପ ବ୍ୟବହାର କରିଥିଲେ। ଏପରିକି ତାଙ୍କୁ ଅପମାନଜନକ ଭାଷାରେ କଥା କୁହାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି।ବିଶେଷ କରି ସମିତି ବୈଠକରେ ଆସ୍କା ବିଧାୟକଙ୍କ ଦୁଇ ପୁଅଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ବିଧାୟକ ବୈଠକରେ ନିଜେ ଉପସ୍ଥିତ ଥିବା ସତ୍ତ୍ୱେ ତାଙ୍କ ପୁଅମାନେ କେଉଁ ଅଧିକାରରେ ବୈଠକରେ ଉପସ୍ଥିତ ଥିଲେ ଏବଂ ସେମାନଙ୍କୁ କିଏ ଅନୁମତି ଦେଇଥିଲେ, ତାହାକୁ ନେଇ ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି।ବିଧାୟକ ସରୋଜ ପାଢ଼ୀଙ୍କ ପକ୍ଷରୁ ପ୍ରଥମେ ତାଙ୍କ କୌଣସି ପୁଅ ବୈଠକକୁ ଯାଇନଥିବା କୁହାଯାଇଥିବା ବେଳେ ପରେ ସାନ ପୁଅ ତାଙ୍କ ନୋମିନି ବୋଲି କୁହାଯାଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ କୌଣସି ଲିଖିତ ଅନୁମତି କିମ୍ବା ଚିଠି ଦିଆଯାଇଥିଲା କି ନାହିଁ, ତାହା ସ୍ପଷ୍ଟ କରିବାକୁ ଦାବି ହୋଇଛି।ଜୟନ୍ତୀ ବେହେରା, ସରପଞ୍ଚ ହରିଡ଼ା ପଦର ଆସ୍କା Sarpanch Jayanti allegation MLA saroj padhi.
#bhubaneswarnews #AskaControversy #SarpanchJayantiBehera #MLASarojPadhi #BJD
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha