୩୩୬ ନୂଆ ପୋଲିସ୍ SI ଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ! CM at CSI passing out parade, Bbsr.
Pratidin TV
0:00 / 0:00
୩୩୬ ନୂଆ ପୋଲିସ୍ SI ଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ! CM at CSI passing out parade, Bbsr.
2 880 просмотров · 14 часов назад
Pratidin TV
1,76 млн подписчиков
2 880 просмотров · 14 часов назад
୩୩୬ ନୂଆ ପୋଲିସ୍ SI ଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ! ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ୍ ଏକାଡେମୀରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (CSI)ଙ୍କ ପାସିଂ-ଆଉଟ୍ ପରେଡ୍ ତଥା ‘ଦୀକ୍ଷାନ୍ତ ସମାରୋହ’ ଆଜି ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କ୍ୟାଡେଟ୍ମାନଙ୍କୁ ଉତ୍ସାହିତ କରିଥିଲେ। ଦୁଇ ବର୍ଷର ମୌଳିକ ପ୍ରଶିକ୍ଷଣ ଶେଷ କରି ୩୩୬ ଜଣ CSI ଏହି ପାସିଂ-ଆଉଟ୍ ପରେଡ୍ରେ ସାମିଲ ହୋଇଛନ୍ତି। ଏଥିରେ ୨୬୬ ଜଣ ପୁରୁଷ ଓ ୭୦ ଜଣ ମହିଳା ରହିଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଏହି କ୍ୟାଡେଟ୍ମାନେ ବିଭିନ୍ନ ଶିକ୍ଷାଗତ ଓ ସାମାଜିକ ପୃଷ୍ଠଭୂମିର।୨୦୨୪ ଏପ୍ରିଲ ୪ ତାରିଖରୁ ପ୍ରଶିକ୍ଷଣର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ୨୦୨୫ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଶିକ୍ଷଣ ସମୟରେ ଇନ୍ଡୋର ଓ ଆଉଟ୍ଡୋର ବିଷୟ ସହ ପୋଲିସିଂର ବିଭିନ୍ନ ଦିଗ, ଶୃଙ୍ଖଳା, ଦକ୍ଷତା ଓ ଦାୟିତ୍ୱବୋଧ ନେଇ କ୍ୟାଡେଟ୍ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଦୁଇ ବର୍ଷର କଠୋର ପ୍ରଶିକ୍ଷଣ ପରେ ଆଜି ପାସିଂ-ଆଉଟ୍ ପରେଡ୍ରେ ସାମିଲ ହୋଇ ରାଜ୍ୟ ପୋଲିସ୍ ବାହିନୀରେ ଦାୟିତ୍ୱ ତୁଲାଇବାକୁ ପ୍ରସ୍ତୁତ ହୋଇଛନ୍ତି ୩୩୬ ଜଣ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର। CM at CSI passing out parade, Bbsr.
#MohanCharanMajhi #PassingOutParade #SubInspector #CadetSI #OdishaPolice
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha