Перейти к содержимому

ବରଗଡ଼ରେ କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରା: ମୋଦୀ-ଶାହଙ୍କ କୁଶପୁତ୍ତଳିକା ଦାହ

Ganashakti Tv

0:00 / 0:00

ବରଗଡ଼ରେ କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରା: ମୋଦୀ-ଶାହଙ୍କ କୁଶପୁତ୍ତଳିକା ଦାହ

4 034 просмотра · 2 недели назад
Ganashakti Tv
4,83 тыс. подписчиков
4 034 просмотра · 2 недели назад
ବରଗଡ଼ରେ କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରା: ମୋଦୀ-ଶାହଙ୍କ କୁଶପୁତ୍ତଳିକା ଦାହ Congress Protest March in Bargarh: Effigies of Modi and Shah Burnt ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ରେ କଂଗ୍ରେସ ପକ୍ଷରୁ ଏକ ବଡ଼ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଜି ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ହରଦୀପ ସିଂହଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ରାସ୍ତାକୁ ଓହ୍ଲାଇ ଗାନ୍ଧୀ ଛକ (ଗୋଶାଳା ଛକ)ରେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ଏହି ଅବସରରେ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ ଜଣାଇଥିଲେ। ଉତ୍ତରାଖଣ୍ଡର ହଲଦ୍ୱାନିରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନେଇ ଅପମାନଜନକ ଓ ତାଙ୍କ ଜାତିକୁ ଆକ୍ଷେପ କରାଯାଇଥିବା ଅଭିଯୋଗ କରି, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ କଂଗ୍ରେସ ଦାବି କରିଛି। ଏଥିସହ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହୋଇଥିବା FIRକୁ କଂଗ୍ରେସ ଷଡ଼ଯନ୍ତ୍ରମୂଳକ ବୋଲି ଅଭିଯୋଗ କରି ଏହାକୁ ପ୍ରତ୍ୟାହାର କରିବା ଦାବି କରିଛି। ଏହାସହ ଉତ୍ତରାଖଣ୍ଡରେ ସମ୍ପୃକ୍ତ BJP କର୍ମୀମାନଙ୍କ ବିରୋଧରେ FIR ରୁଜୁ କରିବାକୁ ମଧ୍ୟ ଦାବି ଉଠାଇଛି ଦଳ। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସାଧୁଚରଣ ନେପାକଙ୍କ ସମେତ କିଶୋର ଦଫାଦାର, ସରୋଜ କୁମାର ଷଡ଼ଙ୍ଗୀ, ପ୍ରଦୀପ ଦେବତା, ପ୍ରତାପ ଚନ୍ଦ୍ର ନାୟକ, ରବିନାରାୟଣ ପଣ୍ଡା, ସୁଭେନ୍ଦୁ ସାହୁ, କିଶୋର ସାହୁ, ସୁନିତା ବାଗ, କିଶୋର ଦଫାଦାର, ସଂଗ୍ରାମ ନେପାକ, ରବି ପତି ଓ ସୁଶିଲ କୁମାର ଭୋଇଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। ବରଗଡ଼ରେ ଆୟୋଜିତ ଏହି ପ୍ରତିବାଦ ମାଧ୍ୟମରେ କଂଗ୍ରେସ ଦଳ ଉପରୋକ୍ତ ଘଟଣାଗୁଡ଼ିକରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ FIR ପ୍ରତ୍ୟାହାର ଦାବିକୁ ଜୋରଦାର କରିଛି। Following the direction of Odisha Pradesh Congress Committee president Bhakta Charan Das, the Bargarh District Congress Committee organised a protest march in the city on Wednesday evening. Led by District Congress Committee president Hardeep Singh, hundreds of Congress workers took to the streets and staged a protest at Gandhi Chowk (Goshala Chowk). During the protest, Congress workers burnt effigies of Prime Minister Narendra Modi and Union Home Minister Amit Shah. The protesters alleged that derogatory remarks targeting AICC president Mallikarjun Kharge and references to his caste were made at Haldwani in Uttarakhand. They demanded the immediate arrest of those allegedly involved in the incident. The Congress also demanded withdrawal of the FIR registered against Leader of Opposition in the Lok Sabha Rahul Gandhi, describing it as politically motivated. The party further demanded that FIRs be registered against the concerned BJP workers in Uttarakhand. Former MLA Sadhucharan Nepak, Kishore Daffadar, Saroj Kumar Sarangi, Pradip Debata, Pratap Chandra Nayak, Rabinarayan Panda, Subhendu Sahu, Kishore Sahu, Sunita Bag, Sangram Nepak, Ravi Pati and Sushil Kumar Bhoi were among those present at the protest, along with several Congress leaders and workers. Through the protest march and effigy burning, the Bargarh Congress unit reiterated its demands for immediate legal action in the alleged Kharge incident and withdrawal of the FIR against Rahul Gandhi.