ନବାନ୍ନ ଖାଇଲେ ହଜାର ହଜାର ଭକ୍ତ, ନୃସିଂହନାଥରେ ଜମିଲା ଭକ୍ତଙ୍କ ମହାସମାଗମ
Ganashakti Tv
0:00 / 0:00
ନବାନ୍ନ ଖାଇଲେ ହଜାର ହଜାର ଭକ୍ତ, ନୃସିଂହନାଥରେ ଜମିଲା ଭକ୍ତଙ୍କ ମହାସମାଗମ
126 просмотров · 3 дня назад
Ganashakti Tv
4,84 тыс. подписчиков
126 просмотров · 3 дня назад
ନବାନ୍ନ ଖାଇଲେ ହଜାର ହଜାର ଭକ୍ତ, ନୃସିଂହନାଥରେ ଜମିଲା ଭକ୍ତଙ୍କ ମହାସମାଗମ
Thousands of Devotees Partake in Navanna Prasad, Massive Gathering at Nrusimhanath
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ପବିତ୍ର ନୂଆଖାଇ ଅବସରରେ ନବାନ୍ନ ନୀତି ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମହାପ୍ରଭୁ ମାର୍ଜାରକେଶରୀଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯିବା ପରେ ବିଶେଷ ପୂଜାର୍ଚ୍ଚନା ହୋଇଥିଲା।
ପରେ ମହାପ୍ରଭୁ ନୃସିଂହନାଥ ଓ ପାର୍ଶ୍ୱ ଦେବଦେବୀଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରାଯାଇଥିଲା। ପରମ୍ପରା ଅନୁଯାୟୀ ଗୋମାତାଙ୍କ ପୂଜା ପରେ ନବାନ୍ନ ଭୋଗ ଭୋଜନ କରାଯାଇଥିଲା।
ମଧ୍ୟାହ୍ନ ୧ଟାରେ ନବାନ୍ନ ପ୍ରସାଦ ସେବନ ପାଇଁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ବରଗଡ଼, ବଲାଙ୍ଗିର, ନୂଆପଡ଼ା ସମେତ ଛତିଶଗଡ଼ରୁ ମଧ୍ୟ ବହୁ ଭକ୍ତ ନୃସିଂହନାଥ ଧାମରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ସହ ନବାନ୍ନ ପ୍ରସାଦ ସେବନ କରିଥିଲେ।
ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ, ପ୍ରସାଦ ସେବନ ଓ ଶୃଙ୍ଖଳିତ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ନବାନ୍ନ ଉତ୍ସବ ଅବସରରେ ନୃସିଂହନାଥ ଧାମରେ ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅନନ୍ୟ ପରିବେଶ ସୃଷ୍ଟି ହୋଇଥିଲା।
The sacred Navanna ritual was observed with devotion and spiritual fervour at the famous Shri Shri Nrusimhanath Temple in western Odisha on the occasion of Nuakhai. As per the pre-determined auspicious timing, Lord Marjarakeshari was given a ceremonial bath and dressed in new attire, followed by special rituals and worship.
Navanna offerings were then presented to Lord Nrusimhanath and the presiding deities. As part of the traditional ritual, a cow was brought into the temple premises and worshipped before the Navanna offering was consumed.
At around 1 PM, thousands of devotees gathered at the temple to partake in the sacred Navanna Prasad. Devotees from Bargarh, Balangir, Nuapada and neighbouring Chhattisgarh also visited Nrusimhanath to seek the blessings of the deity and participate in the festivities.
In view of the large gathering, the temple administration made special arrangements for darshan, Prasad distribution and crowd management. The Nuakhai celebrations created a deeply devotional atmosphere at Nrusimhanath, reflecting the region’s rich spiritual traditions and cultural heritage.