ଗାଁ ଲୋକ କହି ଘରେ ପଶି ବୃଦ୍ଧାଙ୍କଠାରୁ ସୁନାଚେନ୍ ଲୁଟ୍ | ଯାଜପୁରରୁ ଅଭିଯୁକ୍ତ ଗିରଫ | Dhenkanal News
ruparekha
0:00 / 0:00
ଗାଁ ଲୋକ କହି ଘରେ ପଶି ବୃଦ୍ଧାଙ୍କଠାରୁ ସୁନାଚେନ୍ ଲୁଟ୍ | ଯାଜପୁରରୁ ଅଭିଯୁକ୍ତ ଗିରଫ | Dhenkanal News
2 866 просмотров · 2 недели назад
ruparekha
43 подписчика
2 866 просмотров · 2 недели назад
🚨 ଗାଁ ଲୋକ କହି ଘରେ ପଶିଲେ, ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍! 🚨
ଢେଙ୍କାନାଳ ସହର ମହିଷାପାଟ ଅଞ୍ଚଳରେ ବୃଦ୍ଧାଙ୍କଠାରୁ ସୁନାଚେନ୍ ଲୁଟ୍ ଘଟଣାରେ ଯାଜପୁରରୁ ଅଭିଯୁକ୍ତକୁ ଗିରଫ କଲା ଟାଉନ୍ ଥାନା ପୁଲିସ।
👤 ଗିରଫ ଅଭିଯୁକ୍ତ — ଯାଜପୁର ଜିଲ୍ଲା ବାରୀ-ରାମଚନ୍ଦ୍ରପୁର ଥାନା ରାମପୁର ଗ୍ରାମର ପ୍ରଶାନ୍ତ ଦାସ।
ପୁଲିସର ସୂଚନା ଅନୁଯାୟୀ, ପରିଚିତ ଗାଁ ଲୋକ ବୋଲି ପରିଚୟ ଦେଇ ଘରେ ପଶିଥିଲେ ଅଭିଯୁକ୍ତ। ଘରର ପୁରୁଷ ଲୋକ ବାଥରୁମ୍ ଯାଇଥିବା ସୁଯୋଗ ନେଇ ତାଙ୍କ ସ୍ତ୍ରୀଙ୍କ ବେକରୁ ବଳପୂର୍ବକ ସୁନାଚେନ୍ ଛଡ଼ାଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।
🔎 ଟେକ୍ନିକାଲ୍ ସର୍ଭେଲାନ୍ସ ଓ ସୂଚନାଦାତାଙ୍କ ସହାୟତାରେ ତଦନ୍ତ କରି ପୁଲିସ ଅଭିଯୁକ୍ତଙ୍କୁ ଯାଜପୁରରୁ ଗିରଫ କରିଛି।
📦 ତାଙ୍କ ନିକଟରୁ ୩୪ ଗ୍ରାମରୁ ଅଧିକ ଓଜନର ୩ଟି ସୁନାଚେନ୍, ମାରୁତି ଆଲ୍ଟୋ କାର୍, ୨ଟି ମୋବାଇଲ୍ ଓ ୩ଟି ହାତଘଣ୍ଟା ଜବତ ହୋଇଛି।
ପୁଲିସ ଜେରା ବେଳେ ଢେଙ୍କାନାଳ ସହରର ଦେଉଳସାହି ଓ ଆନନ୍ଦନଗର ଅଞ୍ଚଳରେ ମଧ୍ୟ ଅନୁରୂପ ଅପରାଧ କରିଥିବା ଅଭିଯୁକ୍ତ ସ୍ୱୀକାର କରିଥିବା ପୁଲିସ କହିଛି।
🚔 ଘଟଣାରେ ପୁଲିସର ଅଧିକ ତଦନ୍ତ ଜାରି ରହିଛି।
🎥 ପୂରା ଘଟଣା ଜାଣିବା ପାଇଁ ଦେଖନ୍ତୁ ଏହି ରିଲ୍।
🔴 Ruparekha News | Lokanka niyuj update
#RuparekhaNews #DhenkanalNews #Dhenkanal #CrimeNews #GoldChainTheft #Police #Arrest #Yajpur #OdishaNews #BreakingNews #NewsUpdate